ବିକାଶ ଓ ସୁଶାସନର ହୋଇଛି ବିଜୟ ! ନରେନ୍ଦ୍ର ମୋଦି

35

vlcsnap-2017-03-11-18h57m22s503କନକ ବ୍ୟୁରୋ : ବିଜେପିର ବିଜୟ ବିକାଶର ବିଜୟ । ବିଜେପିର ଅଭୂତପୂର୍ବ ସଫଳତାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଦଳୀୟ କର୍ମୀଙ୍କୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ଫଳାଫଳକୁ ନେଇ ଟ୍ୱିଟ୍ କରିଛନ୍ତି ମୋଦି । ବିଜେପି ଉପରେ ଭରସା କରି ଭୋଟ ଦେଇଥିବାରୁ ସାଧାରଣ ଜନତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ବିଶେଷ ଭାବରେ ଉତରପ୍ରଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ବିଜେପିର ଐତିିହାସିକ ବିଜୟ ଓ ଏହା ବିକାଶର ବିଜୟ ବୋଲି ଟ୍ୱିଟ୍ କରିଛନ୍ତି ମୋଦି । ସେହିପରି ଉତରାଖଣ୍ଡରେ ବି ଦଳର ବିଜୟ ନେଇ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।