ବିଜେପି ବିଧାୟକଙ୍କୁ ଯୋଗୀଙ୍କ କ୍ଲାସ ! କହିଲେ, ବିନା ଚାପରେ ନିରପେକ୍ଷ କାମ କର

67

କନକ ବ୍ୟୁରୋ : ନୂଆ ବିଜେପି ବିଧାୟକଙ୍କୁ ଯୋଗୀଙ୍କ କ୍ଲାସ । ଉତରପ୍ରଦେଶର ନୂଆ ବିଜେପି ବିଧାୟକଙ୍କୁ ଆଜି ଶାସନର ମନ୍ତ୍ର ଦେଇଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି, କାମ କରିବା ପାଇଁ ଲୋକେ ବିଜେପିକୁ ୫ ବର୍ଷ ପାଇଁ କ୍ଷମତାକୁ ଆଣିଛନ୍ତି । ଆଉ କାମ ନହେଲେ ବିଧାୟକ ଓ ସାଂସଦଙ୍କ ଉପରକୁ ଲୋକେ ଅଙ୍ଗୁଳି ଉଠାଇବେ ।

ଯେଉଁଠି ସମ୍ଭାବନା ଅଛି ସେଇଠି ଅଙ୍ଗୁଳି ଉଠିବ । ବିଧାନସଭା ହେଉଛି ଲୋକତନ୍ତ୍ରର ମନ୍ଦିର । ତେଣୁ ବିନା ଚାପ ଓ ନିରପେକ୍ଷ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି । ଉତରପ୍ରଦେଶରେ ୫ ବର୍ଷ ପାଇଁ ବିଜେପି କ୍ଷମତାକୁ ଆସିଛି । ରାଜ୍ୟରେ ଶହେରୁ ଅଧିକ ବିଜେପି ବିଧାୟକ ଅଛନ୍ତି ।