ଯୋଗୀଙ୍କୁ ଗୋବଂଶ ଚିନ୍ତା ! ରାଜ୍ୟରେ ତିଆରି ହେବ ୨ ଡର୍ଜନରୁ ଅଧିକ ଗୋଶାଳା

61

ଯୋଗୀଙ୍କୁ ଗୋବଂଶ ଚିନ୍ତା । ମୁଖ୍ୟମନ୍ତ୍ରୀ ଭାବରେ ଉତ୍ତରପ୍ରଦେଶର ଶାସନ ଭାର ଗ୍ରହଣ କଲା ପରେ ଯୋଗୀ ସରକାର ଅନେକ ଲୋକ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ତେବ ଏବେ ଯୋଗୀଙ୍କୁ ଘାରିଛି ଗୋବଂଶ ଚିନ୍ତା । ତେଣୁ ଯୋଗୀ ସରକାର ପୁରା ରାଜ୍ୟରେ ଦୁଇ ଡର୍ଜନରୁ ଅଧିକ ଗୋଶାଳା କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ବୁଧବାର ଦିନ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ଗୋବଂଶ ସୁରକ୍ଷା ପାଇଁ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ।ଉତ୍ତରପ୍ରଦେଶରେ କଂସେଇଖାନା ବନ୍ଧ ହେବା ପରେ ସହରରେ ଗୋବଂଶ ସଂଖ୍ୟା ବଢ଼ୁଥିବାର ଦେଖି ଯୋଗୀ ସରକାର ପୁରା ରାଜ୍ୟରେ ୧୬ ନଗର ନିୟମ ରେ ବଡ଼ ବଡ଼ ଗୋଶାଳା ସ୍ଥାପନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହାସହ ବୁନ୍ଦେଲଖଣ୍ଡରେ ମଧ୍ୟ ଗୋଶାଳା ତିଆରି ପାଇଁ ନର୍ଦ୍ଦେଶ ଦେଇଛନ୍ତି । କାରଣ ପୁରା ବୁନ୍ଦେଲଖଣ୍ଡରେ ହଜାର ହଜାରରୁ ଅଧିକ ସଂଖ୍ୟାରେ ଗାଈ ସଡ଼କରେ ବୁଲୁଥିବାର ଦେଖାଯାଆନ୍ତି । ଏହା ବ୍ୟତୀତ ଗାଁରେ ମଧ୍ୟ ତିଆରି ହେବ ଗୋଶାଳା । ଯୋଗୀ ଆଦିତ୍ୟନାଥ ଚାହାନ୍ତି ସରକାରଙ୍କ ଦ୍ୱାର। ନିର୍ମିତ ଏହି ଗୋଶାଳାକୁ ଜନତାଙ୍କ ତତ୍ୱାବଧାନରେ ଚାଲୁ । ଏଥିଯୋଗଁଉ ଗୋଶାଳକୁ ଚଳାଇବା ପାଇଁ ଜିଲ୍ଲାପାଳ ନେତୃତ୍ୱରେ ଗୋବଂଶ ସମିତି ତିଆରି ହେବ, ଯାହା ସହର ଓ ଗାଁରେ ତିଆରି ହେଉଥିବା ଗୋଶାଳାକୁ ସଂଚାଳିତ  କରିବ ।

ଗୋବଂଶ ବଞ୍ଚାଇବା ପାଇଁ କ’ଣ ରହିଛି ଯୋଗୀଙ୍କ ନୂଆ ଯୋଜନା,ଆସନ୍ତୁ ଜାଣିବା –

– ମୁଖ୍ୟମନ୍ତ୍ରୀ ସମସ୍ତ ଗୋଶାଳ ସହ ଗୋ ସଂରକ୍ଷଣ ସମିତି ତିଆରି ପାଇଁ ଓ ସେଥିରେ ଶତ ପ୍ରତିଶତ ସାଧାରଣ ଲୋକଙ୍କ ଭାଗିଦାରୀକୁ ସୁନିଶ୍ଚିତ କିରବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି

– ଗୋ ସମତିର ସଞ୍ଚାଳନ ପାଇଁ ଜିଲ୍ଲା ଅଧିକାରୀଙ୍କ ନେତୃତ୍ୱରେ କମିଟି ତିଆରି ହେବ, ଯାହା ସମସ୍ତ ଗୋଶାଳାକୁ ସଂଚାଳିତ କରିବ

– ଗ୍ରାମ୍ୟ ଅଞ୍ଚଳରେ ମଧ୍ୟ ଗୋଶାଳ ନିର୍ମାଣ ପାଇଁ ଜମି ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ

– ଗାଈଙ୍କୁ ପାଣି ଓ ଚାରା ଦେବା ଦାୟିତ୍ୱ ସମିତି ହାତରେ ହିଁ ରହିବ

ସୂଚନାଯୋଗ୍ୟ, ଗୋସୁରକ୍ଷା ପାଇଁ ବିଜେପି ସରକାର ଉତ୍ତର ପ୍ରଦେଶରେ କଂସେଇଖାନା ଗୁଡ଼ିକୁ ବନ୍ଦ କରିଥିଲେ, ଏବଂ ଏନେଇ ଅନେକ ହଙ୍ଗାମା ମଧ୍ୟ ହୋଇଥିଲା । ଉତ୍ତର ପ୍ରଦେଶ ଓ ଗୁଜରାଟରେ ଗୋସୁରକ୍ଷା ନେଇ ଆଇନ କଡ଼ାକଡ଼ି ହୋଇଥିଲା । କେବଳ ଯେ ଉତ୍ତରପ୍ରଦେଶ ଓ ଗୁଜୁରାଟ ତା ନୁହଁ ସାରା ଦେଶରେ ଗୋସୁରକ୍ଷା ପାଇଁ ଅନେକ କଂସେଇଖାନା ବନ୍ଦ ହେଲା । ତେବେ ଗୋ ସୁରକ୍ଷା ନାଁରେ ଅନେକ ସ୍ଥାନରେ ଲୋକଙ୍କ ଗୁଣ୍ଡାଗରି ଦେଖିବାକୁ ମିଳିଲା । ଗୋସୁରକ୍ଷା ନାମରେ କାହାକୁ ଆଇନକୁ ହାତକୁ ନେବାକୁ ଦିଆଯିବନାହିଁ ବୋଲି କୁହାଗଲା ।

ତେବେ ଜାଣନ୍ତୁ ଯୋଗୀ ଉଠାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ :

ଆଣ୍ଟି ରୋମିଓ ସ୍କ୍ୱାଡ଼ : ଯୋଗୀ ଉଠାଇଥିବା ପ୍ରଥମ ପଦକ୍ଷେପ ହେଉଛି ଆଣ୍ଟି ରୋମିଓ ସ୍କ୍ୱାଡ଼ । ନିର୍ବାଚନ ଲଢ଼ିବା ବେଳେ କରିଥିବା ପ୍ରତିଶ୍ରୃତି ମୁତାବକ ଉତ୍ତରପ୍ରଦେଶରେ ବଢ଼ୁଥିବା ନାରୀ ଅସଦାଚରଣ ମାମଲାଗୁଡ଼ିକୁ ରୋକିବା ପାଇଁ ପ୍ରୟାସ କରିଥିଲେ।

କୃଷି ଋଣ ଛାଡ଼ : ନିଜର ପ୍ରଥମ କ୍ୟାବିନେଟ ବୈଠକ ପରେ, ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ କୃଷକଙ୍କ ଋଣ ଛାଡ଼ କରିଥିଲା । ମୋଟ ୩୬ ହଜାର ୩୫୯ କୋଟି ଟଙ୍କାର ଋଣକୁ ସରକାର ଛାଡ଼ କରିଦେଇଥିଲେ । ଯାହାଫଳରେ ୯୪ ଲକ୍ଷ କୋଟି କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଚାଷୀ ଏଥିରୁ ଉପକୃତ ହୋଇଛନ୍ତି । ଏହା ମଧ୍ୟ ବିଜେପି ସରକାରଙ୍କ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୃତି ରହିଥିଲା।

ଅବୈଧ କଂସେଇଖାନା ଉପରେ ରୋକ : ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବାର ଗୋଟିଏ ଦିନ ପରେ ରାଜ୍ୟରେ ଥିବା ଅବୈଧ କଂସେଇଖାନା ଉପରେ ଯୋଗୀ ରୋକ ଲଗାଇଥିଲେ । ଏହା ଫଳରେ ରାଜ୍ୟର ଅନେକ କଂସେଇଖାନା ମାଲିକ ପ୍ରଭାବିତ ହୋଇଥିଲେ।

ସମସ୍ତଙ୍କ ପାଇଁ ବିଜୁଳି ସୁବିଧା : ନିଜର ଗୋଟିଏ କ୍ୟାବିନେଟ ବୈଠକ ସମୟରେ ଯୋଗୀ ପ୍ରତି ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକୁ ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ବିଜୁଳି ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ‘ସମସ୍ତଙ୍କ ପାଇଁ ବିଜୁଳି’କୁ ନେଇ ଚୁକ୍ତି ହୋଇଥିବା ପ୍ରକାଶ କରିଥିଲେ । ୨୦୧୮ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଇବା ସହ ସାଧାରଣ ଲୋକଙ୍କ ବିଜୁଳି ସମସ୍ୟା ପାଇଁ ଏକ ହେଲ୍ପଲାଇନ୍‌ ନମ୍ୱର ୧୯୧୧ ଦିଆଯାଇଥିଲା।

ସ୍ୱଚ୍ଛ ଉତ୍ତରପ୍ରଦେଶ : ସ୍ୱଚ୍ଛ ସର୍ବକ୍ଷଣରେ ଉତ୍ତରପ୍ରଦେଶର ଖରାପ ସ୍ଥାନ ଯୋଗୀଙ୍କୁ ମର୍ମାହତ କରିଥିଲା । ଯାହାକୁ ନେଇ ସେ ଝାଡ଼ୁ ଧରି ଲକ୍ଷ୍ନୌର ବାଲୁ ଅଡ଼୍ଡ଼ା ମାଲିନ୍‌ ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ। ଏହା ସହ ବର୍ଷାଋତୁ ପୂର୍ବରୁ ସମସ୍ତ ଡ୍ରେନଗୁଡ଼ିକୁ ସଫା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହା ସହ ସରକାରୀ ଅଫିସ୍‌ରେ ପାନ ଏବଂ ଗୁଟକା ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ ଓ ଡ଼ାକ୍ତରଖାନାରେ ମଧ୍ୟ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅବୈଧ ଖଣିଚାଲାଣ ଉପରେ ରୋକ : ରାଜ୍ୟରେ ଅବୈଧ ଖଣିଜ ପଦାର୍ଥ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଆଦିତ୍ୟନାଥ ସରକାରୀସ୍ତରରେ କେବଳ ଇ ଟେଣ୍ଡରିଙ୍ଗ ମାଧ୍ୟମରେ ଚୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନୂତନ ଭାବେ ଖଣିଜ ନୀତି ପ୍ରଣୟନ କରିବାକୁ ମନ୍ତ୍ରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି।

ଅନ୍ନପୂର୍ଣ୍ଣା ଯୋଜନା : ଯୋଗୀ ସରକାର ଗରିବ ମାନଙ୍କୁ ମାତ୍ର ୫ଟଙ୍କାରେ ଅନ୍ନପୂର୍ଣ୍ଣା ଭେଜନାଳୟ ମାଧ୍ୟମରେ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଛି । ଯୋଗୀଙ୍କ ନୂଆ ଯୋଜନା ଅନୁଯାୟୀ ୩ ଟଙ୍କାରେ ଜଳଖିଆ ଏବଂ ୫ ଟଙ୍କାରେ ମିଳିବ ମିଲ୍ ö ତେବେ କେହି ଖାଲି ପେଟରେ ଶୋଇବେ ନାହିଁ ଉଦ୍ଦେଶ୍ୟ ରଖି ଏହାକୁ ଆରମ୍ଭ କରାଯାଇଛି ।

ପ୍ରଶାସନିକ ଅଧିକାରୀଙ୍କ ବଦଳି : ଗୁରୁବାର ୟୁପି ସରକାର ପ୍ରଶାସନିକ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ମୋଟ ୨୫ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି । ଏପ୍ରିଲ ମାସରେ ମଧ୍ୟ ୮୪ଜଣ ଅଫିସରଙ୍କ ସହ ୩୭ଜଣ ଜିଲ୍ଲାପାଳଙ୍କୁ ବଦଳି କରାଯାଇ ସେମାନଙ୍କ ସ୍ଥାନରେ ୫୪ଜଣ ଆଇପିଏସ୍‌ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସ୍କୁଲ ବ୍ୟାଗ୍‌ ବଣ୍ଟନ : ସମସ୍ତଙ୍କୁ ଚକିତ କରିବା ପରି ଯୋଗୀ ଆଦିତ୍ୟନାଥ ସ୍କୁଲ ଗୁଡ଼ିକରେ ଅଖିଳେଶ ଯାଦବଙ୍କ ଫଟୋଥିବା ବ୍ୟାଗ୍‌ ବଣ୍ଟନ ଉପରେ ରୋକ ନଲଗାଇ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ପ୍ରତିନ୍ଦ୍ୱନ୍ଦୀ ହେଲେ ମଧ୍ୟ ଗରିବଙ୍କ ଟଙ୍କାକୁ ବଞ୍ଚାଇ ୩୫ହଜାର ସ୍କୁଲ ବ୍ୟାଗ ଗୁଡ଼ିକୁ ବାଣ୍ଟିଛନ୍ତି ଯୋଗୀ । ସମାଜବାଦୀ ପାର୍ଟି ଏପରି ୧.୮କୋଟି ବ୍ୟାଗ୍‌ ତିଆରି କରିଥିବା ବେଳେ ସେଥିରୁ ୩୫ ହଜାର ବଳି ଯାଇଥିଲା।