ମୁଖ୍ୟମନ୍ତ୍ରୀ ହେବା ପରେ ଲୋକସଭାରେ ପ୍ରଥମ ଥର ପାଇଁ ଭାଷଣ ଦେଲେ ଆଦିତ୍ୟ ନାଥ! କହିଲେ, ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ସାରା ବିଶ୍ୱରେ ଭାରତର ସମ୍ମାନ ବଢିଛି

31

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟ ନାଥ ପ୍ରଥମ ଥର ପାଇଁ ଲୋକସଭାରେ ଭାଷଣ ଦେଇଛନ୍ତି । ଯୋଗୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ସାରା ବିଶ୍ୱରେ ଭାରତର ସମ୍ମାନ ବଢିଛି । କେନ୍ଦ୍ର ସରକାର ଦେଶର ଜନତାଙ୍କ ଆଶାନୁରୂପ କାମ କରିଛନ୍ତି । ଦେଶରେ ବିକାଶ ହେଉଛି, ଆଉ ତାହାର ପ୍ରମାଣ ଜିଡିପି ବୃଦ୍ଧି ହାର ୭.୯ ପ୍ରତିଶତ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।

ଉତ୍ତରପ୍ରଦେଶ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ପ୍ରଦେଶ ହେବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟ ନାଥ । ୟୁପି ଦୁର୍ନୀତି ମୁକ୍ତ, ଗୁଣ୍ଡାଗର୍ଦିରୁ ମୁକ୍ତ ହେବାକୁ ଯାଉଛି । ଉତ୍ତରପ୍ରଦେଶରେ ବହୁତ କିଛି ବନ୍ଦ ହେବାକୁ ଯାଉଛି ବୋଲି ଲୋକସଭାରେ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ।

ଲୋକସଭାରେ ବୟାନ ଦେବା ବେଳେ ସପା-କଂଗ୍ରେସ ମେଂଟକୁ କଟାକ୍ଷ କରିଥିଲେ ଯୋଗୀ ଆଦିତ୍ୟ ନାଥ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲଙ୍କ ଠାରୁ ବର୍ଷେ ସାନ ଓ ଅଖିଳେଶଙ୍କ ଠାରୁ ବର୍ଷେ ବଡ ହୋଇଥିବାରୁ ଦୁଇ ଜଣଙ୍କ ମଝିକୁ ଚାଲି ଆସିଥିଲେ । ତେଣୁ ସପା-କଂଗ୍ରେସ ମେଂଟ ବିଫଳ ହୋଇଥିବା କହିଛନ୍ତି ଯୋଗୀ ।