ମଠରେ ମୁଖ୍ୟମନ୍ତ୍ରୀ ! ପ୍ରଥମ ଥର ପାଇଁ ଗୋରଖପୁରରେ ପହଂଚିଲେ ଯୋଗୀ ଆତିଦ୍ୟନାଥ

30

କନକ ବ୍ୟୁରୋ : ଗୋରଖପୁର ମଠରେ ପହଂଚିଲେ ଯୋଗୀ ମହାରାଜ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆଜି ନିଜ ନିର୍ବାଚନ କ୍ଷେତ୍ର ଗୋରଖପୁରରେ ପହଂଚିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀଙ୍କ ଆଗମନ ପାଇଁ ଆଜି ଗୋରଖପୁରରେ ବ୍ୟାପକ ଆୟୋଜନ କରାଯାଇଥିଲା । ଯୋଗୀ ଆଦିତ୍ୟନାଥ ବିମାନବନ୍ଦରୁ ସିଧାସଳଖ ମହାରାଣା ପ୍ରତାପ ଇଂଟର କଲେଜରେ ପହଂଚିଥିଲେ ଯେଉଁଠି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସେଠାରେ ସେ ଗୋରଖପୁରବାସୀଙ୍କ ସମର୍ଥନ ପାଇଁ ଧନ୍ୟବାଦ ହେବା ସହ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଅବଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସମସ୍ତଙ୍କ ବିକାଶ ପାଇଁ ସରକାର କାମ କରିବ ବୋଲି ସେ ତାଙ୍କ ଉଦ୍ବୋଧନରେ କହିଛନ୍ତି । ସେହିପରି ଉତରପ୍ରଦେଶ ବିଗତ ଦିନରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ତାଙ୍କ ପ୍ରଥମ କର୍ତବ୍ୟ ହେବ ବୋଲି ଯୋଗି ଆଦିତ୍ୟନାଥ କହିଛନ୍ତି ।