ଇତିହାସ ରଚିବେ ଯୋଗୀ ! ରାଜଧାନୀରେ ନୁହେଁ ବରଂ କୁମ୍ଭମେଳା ପରିସରରେ ଆଜି ବସିବ ଉତ୍ତରପ୍ରଦେଶର ରାଜ୍ୟ କ୍ୟାବିନେଟ ବୈଠକ !

ଆଜି ଦେଶରେ ଏପରି ଘଟଣା ହେବାକୁ ଯାଉଛି ଯାହାକି ପୂର୍ବରୁ କେବେ ହୋଇନଥିଲା

139

କନକ ବ୍ୟୁରୋ : ଆଜି ଦେଶରେ ଏପରି ଘଟଣା ହେବାକୁ ଯାଉଛି ଯାହାକି ପୂର୍ବରୁ କେବେ ହୋଇନଥିଲା । ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ପ୍ରଥମ ଥର ରାଜଧାନୀରେ କ୍ୟାବିନେଟ୍ ନବସି ଅନ୍ୟତ୍ର ବସିବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆଜି ବସିବାକୁ ଥିବା ଯୋଗୀ କ୍ୟାବିନେଟ୍ ବିଶ୍ୱର ସବୁଠାରୁ ବଡ ଆଧ୍ୟାତ୍ମିକ ମେଳା କୁମ୍ଭମେଳାରେ କ୍ୟାବିନେଟ ବୈଠକ ବସିବ ବୋଲି ଜଣାପଡିଛି । ଯୋଗୀଙ୍କ କ୍ୟ।ବିନେଟ ଆଜି ବସିବାକୁ ଥିବା ବେଳେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଜିର ଏହି କ୍ୟାବିନେଟ ବୈଠକରେ ଗ୍ରାମାଞ୍ଚଳ ଓ ଚାଷୀଙ୍କ ପାଇଁ କିଛି ଯୋଜନା ଉପରେ ମୋହର ବାଜିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କୁମ୍ଭମେଳାରେ ଦେଶ ଓ ବିଦେଶରୁ ଅନେକ ଭକ୍ତ ଯୋଗ ଦେଇଛନ୍ତି । ଏହାସହ ଆଗାମୀ ଦିନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଯାଉଛି ତେଣୁ ଏଭଳି ସମୟରେ ଯୋଗୀଙ୍କ ଏପରି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜିର ଏହି ବୈଠକରେ ଯୋଗୀଙ୍କ ସମେତ ୨୨ କ୍ୟାବିନେଟ ମନ୍ତ୍ରୀ ଆଜି କୁମ୍ଭରେ ବୁଡ ପକାଇପାରନ୍ତି ବୋଲି ମଧ୍ୟ ସୂଚନା ରହିଛି । ଏହାସହ କ୍ୟାବିନେଟ ପୂର୍ବରୁ ଯୋଗୀ ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ ବୋଲି ମଧ୍ୟ ଜଣାପଡିଛି ।