କନକ ବ୍ୟୁରୋ : କ୍ୟାମେରାରେ କଏଦ ହେଲା ଶିକ୍ଷା ବିଭାଗର ଅସଲ ଚିତ୍ର । ଉତ୍ତରପ୍ରଦେଶର ବଲିଆରେ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲିଥିବାବେଳେ ଛାତ୍ରଛାତ୍ରୀମାନେ ଖୁଲମଖୁଲା କପି କରୁଥିବାର ଦେଖିବାକୁ ମିଳିଥିଲା । ଏକତ୍ରୀତ ହୋଇ ଏହି ଛାତ୍ରଛାତ୍ରୀମାନେ କପି କରୁଥିଲେ ବି ଏମାନଙ୍କୁ କେହି ବାରଣ କରିନଥିଲେ । ଏହାସହ କିଛି ସାଂଗ ଏକାଠି ହୋଇ ନିଜ ମଧ୍ୟରେ ଗ୍ରୁପ କରି ବହିରୁ ଉତ୍ତର ପରୀକ୍ଷା ଖାତାରେ ଲେଖୁଥିଲେ ।