ପାର୍ଟି ପାଇଁ ପ୍ରଚାର କରିବେ ନାହିଁ ମୁଲାୟମ ! କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ନିର୍ବାଚନୀ ମେଂଟକୁ ବିରୋଧ

43

କନକ ବ୍ୟୁରୋ: ସମାଦବାଦୀ ପାର୍ଟି ପାଇଁ ପ୍ରଚାର କରିବେ ନାହିଁ ଦଳର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ । କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆଦର୍ଶଗତ ବିଭେଦ ଥିବାରୁ ଏହି ନିର୍ବାଚନୀ ମେଂଟକୁ ବିରୋଧ କରୁଥିବା ପ୍ରକାଶ କରିଛନ୍ତି ମୁଲାୟମ । ସମାଜବାଦୀ ପାର୍ଟି ଏକାକୀ ନିର୍ବାଚନ ଲଢ଼ି ଜିତିବାର କ୍ଷମତା ରଖୁଥିବା ବେଳେ ଏହି ମେଂଟର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଏଥି ସହ ଏହି ମେଂଟ ପାଇଁ ପ୍ରଚାର କରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ଦଳର ପ୍ରତିଷ୍ଠାତା ।

ମୁଲାୟମ ସିଂ ଯାଦବଙ୍କ ଏହି ନିଷ୍ପତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଦଳର ମୁଖପାତ୍ର ଜୁହି ସିଂ । ରାଜନୀତିର ପରିବର୍ତିତ ପରିସ୍ଥିତି ଅନୁସାରେ ଏହି ମେଂଟ ହୋଇଛି ଏବଂ ଉତର ପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଶାସନକୁ ଆସିବ ବୋଲି ସେ କହିଛନ୍ତି । ମୁଲାୟମଙ୍କ ପ୍ରତି ଦଳର ସମ୍ମାନ ରହିଛି ଏବଂ ପ୍ରଚାର କରିବା ପାଇଁ ତାଙ୍କୁ ଅନୁରୋଧ କରାଯିବ ବୋଲି ସମାଜବାଦୀ ମୁଖପାତ୍ର କହିଛନ୍ତି । ଅନ୍ୟପଟେ କଂଗ୍ରେସ ଏହା ସମାଜବାଦୀ ପାର୍ଟିର ଦଳୀୟ ପ୍ରସଙ୍ଗ ଏବଂ ଅଖିଳେଶ ସେହି ଦଳର ନେତା ବୋଲି କହିଛି ।