ଉତରପ୍ରଦେଶରେ କ୍ଷମତା ପାଇଁ ମହା ଦଙ୍ଗଲ ! ସବୁଠୁ ବଡ ରାଜ୍ୟରେ କିଏ ଗଢିବ ସରକାର?

32

କନକ ବ୍ୟୁରୋ : ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନର ଗଣତି ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇସାରିଛି । ତେବେ ନିର୍ବାଚନ ହୋଇଥିବା ଉତରପ୍ରଦେଶ, ପଂଜାବ, ଉତରାଖଣ୍ଡ,ମଣିପୁର, ଓ ଗୋଆରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଭୋଟ ଗଣତି ପାଇଁ ଏହି ସବୁ ରାଜ୍ୟମାନଙ୍କରେ କଡା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ଯାହା ଆକଳନ କରାଯାଉଛି ପାଖାପାଖି ୧୫ ବର୍ଷ ପରେ ବିଜେପି ୟୁପି ସିଂହାସନ ଦଖଲ କରିପାରେ । ସେହିପରି ପଂଜାବରେ ବିଜୟ ପଥରେ କଂଗ୍ରେସ ରହିଥିବାବେଳେ ଉତରାଖଣ୍ଡରେ କିନ୍ତୁ ମୋଦିଙ୍କ ଲହରୀ ଜୋର ଧରିଛି । କାରଣ ୭୦ଟି ଆସନରୁ ବିଜେପି ୫୫ଟି ଆସନରେ ଆଗୁଆ ରହିଛି ।

ସେହିପରି, ଗୋଆରେ ବିଜେପିକୁ ବଡ଼ ଝଟକା ଲାଗିଛି । କାରଣ କଂଗ୍ରେସ ଠାରୁ ବହୁ ପଛରେ ପଡିଛି ବିଜେପି । ଏହାସହ ମଣିପୁରରେ ଦେଖିବାକୁ ମିଳିଛି ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର । ତେବେ ଆଗକୁ କଣ ରହିବ ଫଳାଫଳ ତାହା ନେଇ ରହିଛି ସମସ୍ତଙ୍କ ନଜର ।