ଆଜି ଆସିବ ୟୁପି, ବିହାର ଉପନିର୍ବାଚନର ଫଳ! ଯୋଗୀ ଆଦିତ୍ୟନାଥଙ୍କ ସମ୍ମାନର ପ୍ରଶ୍ନ, ନିତୀଶଙ୍କ ପାଇଁ ଅଗ୍ନିପରୀକ୍ଷା

31

ଆଜି ଦୁଇଟି ରାଜ୍ୟ ଉତର ପ୍ରଦେଶ ଓ ବିହାର ଉପନିର୍ବାଚନର ଫଳାଫଳ ଆସିବ । ଉତରପ୍ରଦେଶରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଅଗ୍ନୀ ପରୀକ୍ଷା । କଡା ସୁରକ୍ଷାରେ ୟୁପିର ଦୁଇ ଲୋକସଭା ଆସନ ଗୋରଖପୁର, ଫୁଲପୁର ଉପନିର୍ବାଚନର ଭୋଟ ଗଣତି କରାଯାଉଛି । ଗୋରଖପୁରରେ ବିଜେପି ଆଗୁଆ ଥିବାବେଳେ ଫୁଲପୁରରେ ସମାଜବାଦୀ ପାର୍ଟି ଆଗରେ ରହିଛି । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ଉପନିର୍ବାଚନ ଫଳାଫଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ୟୁପି ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ଏହା ପ୍ରଥମ ନିର୍ବାଚନ । ତେଣୁ ଏହାକୁ ଯୋଗୀ ସରକାରଙ୍କ ଲୋକପ୍ରିୟତାର ପରୀକ୍ଷା ବୋଲି ବିଚାର କରାଯାଉଛି । ଏହି ଦୁଇଟି ଆସନରେ ସମାଜବାଦୀ ପାର୍ଟିକୁ ସମର୍ଥନ କରୁଛି ବହୁଜନ ସମାଜବାଦ ପାର୍ଟୀ । ତେଣୁ ଆଜିର ଫଳାଫଳ ଅଖିଳେଶ ଯାଦବ ଓ ମାୟାବତୀଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି ।

ସେହିପରି ବିହାରରେ ନୀତୀଶଙ୍କ ପାଇଁ ମଧ୍ୟ ଅଗ୍ନୀ ପରୀକ୍ଷା । କାରଣ ବିହାରରେ ମହାମେଂଟ ଭାଙ୍ଗିବା ପରେ ପ୍ରଥମ ଉପନିର୍ବାଚନ ଫଳାଫଳ ଆଜି ଆସିବ । ଅରରିଆ ଲୋକସଭା, ୨ ବିଧାନସଭା ଆସନ ଭଭୁଆ, ଜହାନାବାଦରେ ଭୋଟ ଗଣତି ଚାଲିଛି । ଆଉ ୩ଟି ଯାକ ଆସନରେ ଏନଡିଏ ଆଗୁଆ ରହିଛି । ଆରରିଆ ଲୋକସଭା ଆସନ, ଭଭୁଆ ଓ ଜାହାନାବାଦ ଆସନରେ ଏନଡିଏ ଆଗୁଆ ଅଛି । ଗୋଟିଏ ଲୋକସଭା ଓ ୨ ବିଧାନସଭା ଆସନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ଅଛି । ଅନ୍ୟପଟେ ଆଜିର ଫଳାଫଳ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପରିବର୍ତି ରଣନୀତିକୁ ନିର୍ଦ୍ଧାରଣ କରିବ ।