ମା’ଙ୍କୁ ମାରିଲା ଲାତ ! ମାନସିକ ରୋଗୀ ବୋଲି କଣ ମହିଳାଙ୍କ ସମ୍ମାନ ନାହିଁ ? ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା

35

ସଭ୍ୟ ସମାଜରୁ ମରିଗଲାଣି ମାନବିକତା । ଏହାର ଅନେକ ଉଦାହରଣ ଏବେ ଦେଖିବାକୁ ମିଳୁଛି । ଆଉ ଏହାର ଆଉ ଏକ ଝଲକ ଝାଡଖଣ୍ଡରେ ଦେଖିବାକୁ ମିଳିଛି । ସାଧାରଣତଃ ଦ୍ୱିତୀୟ ମନ୍ଦିର କୁହାଯାଉଥିବା ହସ୍ପିଟାଲରୁ ଏଭଳି ଏକ ଚିତ୍ର ଆସିଛି ଯାହା ଦେଖିଲେ ହୃଦୟ କାନ୍ଦି ଉଠିବ ଏବଂ ଲଜ୍ଜାରେ ମୁହଁ ତଳକୁ ହୋଇଯିବ । ଯେଉଁଠିକୁ ବଞ୍ଚିବାର ଆଶା ନେଇ ଯାଇଥାଏ ସେଠାରେ ମଣିଷକୁ କିଭଳି ପଶୁଙ୍କ ଭଳି ବ୍ୟବହାର କରାଯାଏ ତାହାର ଉଦାହରଣ ଝାଡଖଣ୍ଡର ରାଜେନ୍ଦ୍ର ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ବା ରିମ୍ବ ଭଳି ପ୍ରସିଦ୍ଧ ସରକାରୀ ମେଡିକାଲରେ ଦେଖିବାକୁ ମିଳିଛି ।

11RanRIMS_182142ଝାଡଖଣ୍ଡର ସରକାରୀ ଡାକ୍ତରଖାନା ରିମ୍ସ ପରିସର । ଜଣେ ମହିଳାଙ୍କୁ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି ହସ୍ପିଟାଲର ସୁରକ୍ଷାକର୍ମୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଆର୍ଥୋ ୱାର୍ଡ କରିଡରରୁ ଜଣେ ମାନସିକ ଭାରସମ୍ୟ ହରାଇଥିବା ମହିଳାଙ୍କୁ ବିଦା କରିବାକୁ ପଶୁ ଭଳି ବ୍ୟବହାର କରୁଛନ୍ତି ଡାକ୍ତରଖାନାର ସୁରକ୍ଷାକର୍ମୀ । ଏପରିକି ତାଙ୍କୁ ହସ୍ପିଟାଲର ପରିସରରୁ ତଡିବା ପାଇଁ ଗୋଇଠା ମାରିବାକୁ ମଧ୍ୟ ପଛାଇନାହାନ୍ତି ଉକ୍ତ ସୁରକ୍ଷାକର୍ମୀ । ଆଉ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ସାଧାରଣ ଲୋକ ନିନ୍ଦା କରିଛନ୍ତି ।

ତେବେ ଏହି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ଯାଞ୍ଚ କରାଯାଇ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡାକ୍ତରଖାନାର ନିର୍ଦ୍ଦେଶକ । ତେବେ ରିମ୍ସ ହସ୍ପିଟାଲ ପାଇଁ ଏଭଳି ବିବାଦ କିଛି ନୂଆ ନୁହେଁ । ଏହାପୂର୍ବରୁ ୨୦୧୬ ମସିହା ସେପ୍ଟେମ୍ବର ୨୧ରେ ଅର୍ଥୋପେଡିକ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ଚଟଣାରେ ଖାଦ୍ୟ ପରଷାଯିବା ନେଇ ବିବାଦ ଘେରକୁ ଆସିଥିଲା ରିମ୍ସ ହସ୍ପିଟାଲ । ତେବେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ମହିଳାଙ୍କୁ ତଡିବା ସୁରକ୍ଷାକର୍ମୀଙ୍କ ଏଭଳି କାର୍ଯ୍ୟକୁ ଅନେକ ଲୋକ ମାନବିକତାର ମୃତ୍ୟୁ ବୋଲି କହିଛନ୍ତି ।