ପ୍ରଥମ ଦିନରେ ବିକ୍ରି ହେଲେନି ଷ୍ଟାର ଖେଳାଳି ! ଗେଲଙ୍କ ଠାରୁ ମାଲିଙ୍ଗା ଯାଏଁ, ଜାଣନ୍ତୁ ପୂରା ତାଲିକା

42

ଚଳିତ ଆଇପିଏଲ ନିଲାମୀ ଅନେକଙ୍କୁ ଆଶ୍ଚଯ୍ୟ କରିଛି । ଅନେକ ଯୁବ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ମାନେ ଚଢା ଦରରେ କିଣିଥିବା ବେଳେ କିଛି ଅର୍ନ୍ତଜାତୀୟ ଷ୍ଟାର ଖେଳାଳିଙ୍କ ହାତ ଛାଡିଛନ୍ତି ଫ୍ରାଞ୍ଚାଇଜ । ପ୍ରଥମ ଦିବସର ନିଲାମୀ ସରିଥିବା ବେଳେ ଅନେକ ଅର୍ନ୍ତଜାତୀୟ ଖେଳାଳିଙ୍କୁ କୌଣସି ଦଳ କିଣିନାହାନ୍ତି । ଟି-୨୦ର ଧୂଆଁଧାର ବ୍ୟାଟସମ୍ୟାନ କ୍ରିସ ଗେଲ, ଇଶାନ୍ତ ଶର୍ମା, ମାର୍ଟିନ ଗୁପ୍ଟିଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ ଦେଖାଇନାହାନ୍ତି । ତେବେ କେବଳ ଏହି ଷ୍ଟାର ପ୍ଲେୟାର ନୁହେଁ ଅନ୍ୟମାନଙ୍କୁ ମଧ୍ୟ ପ୍ରଥମ ଦିନ ନିଲାମୀରେ ନିରାଶ ହେବାକୁ ପଡିଛି । ଆସନ୍ତୁ ଜାଣିବା ଏମିତି କିଛି ଷ୍ଟାର କ୍ରିକେଟର ଯେଉଁମାନେ ଚଳିତ ଆଇପିଏଲରେ ଅଲୋଡା ହୋଇପଡିଛନ୍ତି ।

Murali Vijayକ୍ରିସ ଗେଲ: ନିଜ ଧୂଆଁଧାର ବ୍ୟାଟିଂ ବଳରେ ଟି-୨୦ ମ୍ୟାଚରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କ୍ରିସ ଗେଲଙ୍କୁ ପ୍ରଥମ ଦିନରେ କୌଣସି ଫ୍ରାଞ୍ଚାଇଜ କିଣି ନାହିଁ । ଏପରିକି ହୋମ ଟିମ ଆରସିବି ପାଇଁ ମଧ୍ୟ ଅଲୋଡା ହୋଇଯାଇଛନ୍ତି ଏହି ବିସ୍ପୋରକ ବ୍ୟାଟସମ୍ୟାନ । ଦୁର୍ବଳ ଫର୍ମ ପାଇଁ ତାଙ୍କୁ କୌଣସି ଦଳ କିଣିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି ।

ମୁରଲୀ ବିଜୟ: ଟିମ ଇଣ୍ଡିଆର ଓପନର ବ୍ୟାଟମ୍ୟାନ ମୁରଲୀ ବିଜୟ ମଧ୍ୟ ପ୍ରଥମ ଦିନ ଆଇପିଏଲ ନିଲାମୀରେ ନିରାଶ ହୋଇଛନ୍ତି । କାରଣ ତାଙ୍କୁ ମଧ୍ୟ କୌଣସି ଦଳ କିଣିନାହିଁ । ବିଜୟଙ୍କ ଦୁର୍ବଳ ଫର୍ମକୁ ଲକ୍ଷ୍ୟ କରି କୌଣସି ଫ୍ରାଞ୍ଜାଇଜ ବିଜୟଙ୍କୁ କିଣିବାକୁ ଆଗ୍ରହ ଦେଖାଇନାହାନ୍ତି ।

ହାସିମ ଆମଲା: ଦକ୍ଷିଣ ଆଫ୍ରିକାର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ହାସିମ ଆମଲା ମଧ୍ୟ ପ୍ରଥମ ଦିନ ନିଲାମୀରେ ନିରାଶ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ଦଳ ପାଇଁ ଟ୍ରମ୍ପକାର୍ଡ ସାଜିଥିବା ଆମଲାଙ୍କୁ ମଧ୍ୟ କୌଣସି ଦଳ କିଣି ନାହିଁ । ଫଳରେ ଆଇପିଏଲ-୧୧ ଖେଳିବା ନେଇ ଆଶା ତାଙ୍କର ଧୂଳିସାତ ହୋଇଛି ।

downloadଜୋ ରୁଟ: ଇଂଲଣ୍ଡ ଟିମର ଷ୍ଟାର ବ୍ୟାଟସମ୍ୟାନ ଜୋ ରୁଟ ମଧ୍ୟ ଆଜିର ନିଲାମୀ ପ୍ରକିୟାରେ ଅଲୋଡା ରହିଛନ୍ତି । ତାଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ ଦେଖାଇନାହିଁ । ଇଂଲଣ୍ଡକୁ ଅନେକ ବିଜୟ ଦେଇଥିବା ଜୋ ରୁଟ କିନ୍ତୁ ଆଇପିଏଲ ଫ୍ରାଞ୍ଚାଇଜଙ୍କ ମନ ଜିଣିପାରିନାହାନ୍ତି ।

ଲାସିଥ ମାଲିଙ୍ଗା: ନିଜ ୟର୍କର ବୋଲିଂ ପାଇଁ କ୍ରିକେଟ ଜଗତରେ ଆତଙ୍କ ସୃଷ୍ଟି କରିଥିବା ଶ୍ରୀଲାଙ୍କା ଦଳର ଦ୍ରୁତ ବୋଲର ତଥା ୟର୍କର ମ୍ୟାନ ଲାସିଥ ମାଲିଙ୍ଗାକୁ କୌଣସି ଦଳ କିଣିନାହିଁ । ଏପରିକି ମୁମ୍ବାଇ ଦଳ ମାଲିଙ୍ଗାକୁ ନିଲାମୀ ପ୍ରକିୟାରେ ସାମିଲ କରିବା ପରେ କୌଣସି ଦଳ ମାଲିଙ୍ଗାକୁ କୌଣସି ଦଳ କିଣିବା ପାଇଁ ଇଚ୍ଛା ପ୍ରକାଶ କରିନାହିଁ । ଫଳରେ ପ୍ରଥମ ଦିନର ନିଲାମୀ ପରେ ଅଲୋଡା ହୋଇଯାଇଛନ୍ତି ମାଲିଙ୍ଗା ।

ପାର୍ଥିବ ପଟେଲ: ଟିମ୍ ଇଣ୍ଡିଆର ୱିକେଟକିପର ପାର୍ଥିବ ପଟେଲଙ୍କ ଆଇପିଏଲ ଖେଳିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । କାରଣ ପ୍ରଥମ ଦିନର ନିଲାମୀରେ ପାର୍ଥିବଙ୍କୁ କୌଣସି ଦଳ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି ।

21c57bf1119e07f744b756311fbc7832ଇଶାନ୍ତ ଶର୍ମା: ସବୁଠୁ ଆଶ୍ଚର୍ଯ କଥା ହେଉଛି ପ୍ରଥମ ଦିନର ନିଲାମୀରେ ଭାରତର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କୁ କୌଣସି ଦଳ କିଣିନାହାନ୍ତି । ଏଥିପାଇଁ ଇଶାନ୍ତଙ୍କ ଦୁର୍ବଳ ଫର୍ମକୁ ଦାୟୀ କରାଯାଉଛି । ଦୀର୍ଘବର୍ଷର ଆଇପିଏଲ ଅଭିଜ୍ଞତା ସତ୍ତେ୍ୱ ମଧ୍ୟ କୌଣସି ଫ୍ରାଞ୍ଚାଇଜି ଇଶାନ୍ତଙ୍କ ଉପରେ ଭରଷି ପାରିନାହାନ୍ତି ।

ମାର୍ଟିନ ଗୁପ୍ଟିଲ: ନ୍ୟୁଜିଲାଣ୍ଡର ଶୀର୍ଷକର୍ମ ବ୍ୟାଟସମ୍ୟାନ ମାର୍ଟିନ ଗୁପ୍ଟିଲଙ୍କୁ ମଧ୍ୟ ପ୍ରଥମ ଦିନ ନିଲାମୀରେ ନିରାଶାର ମୁହଁ ଦେଖିବାକୁ ପଡିଛି । ବିସ୍ପୋରକ ବ୍ୟାଟସମ୍ୟାନ ଗୁପ୍ଟିଲଙ୍କୁ କୌଣସି ଦଳ କିଣିନାହାନ୍ତି ।

ଜେମସ ଫକନର: ଅଷ୍ଟ୍ରେଲିଆର ଷ୍ଟାର ଅଳରାଉଣ୍ଡର ଜେମ୍ସ ଫକନର ମଧ୍ୟ ଆଇପିଏଲ-୧୧କୁ ମିସ କରିପାରନ୍ତି । ନିଜର ଦୁର୍ଦ୍ଦଷ ବ୍ୟାଟିଂ ଓ ଶାଣିତ ବୋଲିଂରେ ପ୍ରତିପକ୍ଷ ଦଳକୁ ଅଡୁଆରେ ପକାଉଥିବା ଫକନରଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି । ଯାହା ସମସ୍ତ ଆଇପିଏଲ ଫ୍ୟାନଙ୍କୁ ଆଶ୍ଚଯ୍ୟ କରିଛି ।