ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ବୁରହାନ ୱାନିର ବାର୍ଷିକୀ ଅବସରରେ ଆତଙ୍କି ହମଲା ଆଶଙ୍କାରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

28

କନକ ବ୍ୟୁରୋ: ଆଜି ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁକୁ ଗୋଟେ ବର୍ଷ ପୂରିବାକୁ ଯାଉଛି । ଏନେଇ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ତେବେ ବୁରହାନ ୱାନିର ବାର୍ଷିକୀ ଅବସରରେ ଆତଙ୍କବାଦୀ ହମଲା ଓ ଉତ୍ତେଜନା ସୃଷ୍ଟି ସମ୍ଭାବନା ଥିବାରୁ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିସହ ଘାଟିରେ ଆଲର୍ଟ ଜାରି ହୋଇଛି । ତ୍ରାଲରେ ମଧ୍ୟ କର୍ଫ୍ୟୁ ଜାରି ହୋଇଛି ।

ଅନ୍ୟପଟେ, ବିଚ୍ଛିନ୍ନିତାବାଦୀ ନେତା ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଅଘଟଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ସ୍କୁଲ କଲେଜ ଓ ବଜାର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ । ସେହିପରି କଶ୍ମୀରର ଘାଟି ଅଂଚଳରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୁଲିସ ସଜାଗ ରହିଛନ୍ତି । ଏଥିପାଇଁ ଅମରନାଥ ଯାତ୍ରାକୁ ମଧ୍ୟ ବନ୍ଦ ରଖାଯାଇଛି ।