ସନ୍ନି ଲିଓନି ଆମେରିକାରେ ପାଳନ କଲେ ଝିଅ ନିଶାର ଜନ୍ମଦିନ !

53

ସନ୍ନି ଲିଓନି ବିଗତ ବେଶ କିଛି ଦିନ ଧରି ନିଜର ଡାନ୍ସିଂ ନମ୍ବରକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ବ୍ୟସ୍ତବହୁଳ ଜୀବନ ଭିତରୁ ଟିକିଏ ଦୂରେଇ ସନ୍ନି ଏବେ ପରିବାର ସହ ଛୁଟି କାଟୁଛନ୍ତି । ଏହି ଛୁଟିରେ ସେ ତାଙ୍କ ଝିଅର ଜନ୍ମଦିନ ପାଳନ କରିଛନ୍ତି । ସନ୍ନି ଆଜିକାଲି ଆମେରିକାରେ ଅଛନ୍ତି । ଆମେରିକାରେ ସେ ତାଙ୍କ ସ୍ୱାମୀଙ୍କ ସହ ଝିଅ ନିଶାଙ୍କ ଜନ୍ମଦିନ ପାଳନ କରିଛନ୍ତି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ସନ୍ନି ଲିଓନି ମହାରାଷ୍ଟ୍ରର ଲାତୁରରୁ ଏକ ଛୋଟ ଝିଅକୁ ପୋଷ୍ୟ ରୂପେ ଗ୍ରହଣ କରିଥିଲେ । ସେ ସମୟରେ ନିଶା ୨୧ ମାସର ଥିଲେ । ନିଶାଙ୍କୁ ପୋଷ୍ୟ ରୂପେ ଗ୍ରହଣ କରବା ପରେ ସନ୍ନି ସବୁବେଳେ ନିଶାଙ୍କ ସହ ପର୍ଯ୍ୟାପ୍ତ ସମୟ ବିତାଉଛନ୍ତି । କେବଳ ଏତିକି ନୁହେଁ ତାଙ୍କ ଛୋଟ ଓ ଖୁସି ପରିବାରର ଫଟୋ ମଧ୍ୟ ପ୍ରାୟ ସବୁବେଳେ ସେ ପୋଷ୍ଟ କରୁଛନ୍ତି । ଆମେରିକାରେ ଛୁଟି କଟାଇବାକୁ ଯାଇ ସେ ପ୍ରଥମେ ନିଶାର ଜନ୍ମଦିନ ବେଶ୍ ଧୁମଧାମରେ ପାଳନ କରିଥିଲେ । ପୋଷ୍ୟ ଗ୍ରହଣ ପରେ ନିଶାର ଏହା ପ୍ରଥମ ଜନ୍ମଦିନ, ଯାହା ସେ ତାଙ୍କ ମା’ବାପାଙ୍କ ସହ ପାଳନ କରିଛି ।

ଏକ ସାକ୍ଷାତକାରେ ସନ୍ନି କହିଛନ୍ତି ବହୁତ ସମୟ ଧରି ସେ ତାଙ୍କ ପରିବାକୁ ଜଣେ ନୂଆ ସଦସ୍ୟ ଦେବା ପାଇଁ ଚାହୁଁଥିଲେ । ତେବେ ନିଶାକୁ ପୋଷ୍ୟ ଗ୍ରହଣ କଲାପରେ ସେ ବହୁତ ଖୁସିଥବା କହିଛନ୍ତି । କେବଳ ସନ୍ନି ନୁହେଁ ତାଙ୍କ ସ୍ୱାମୀ ମଧ୍ୟ ନିଶାକୁ ଖୁସି ରଖିବା ପାଇଁ ସବୁବେଳ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ସଞ୍ଜୟ ଦତ୍ତଙ୍କ ସିନେମା ‘ଭୂମି’ରେ ଏକ ଆଇଟମ ନମ୍ବରରେ ନଜର ଆସିଥିଲେ ସନ୍ନି । ଏହା ପୂର୍ବରୁ ସିନେମା ‘ବାଦଶାହୋ’ ରେ ଇମରାନ୍ ହାସମୀଙ୍କ ସହ ମଧ୍ୟ ଏକ ଆଇଟମ ଗୀତ କରିଥିଲେ ସନ୍ନି ।