ଗରିବଙ୍କ ପାଇଁ ଦେବଦୂତ ସାଜିଲେ ମହିଳା ଆଇପିଏସ । ରାସ୍ତାକଡରେ ଶୋଇଥିବା ଅସହାୟ ଲୋକଙ୍କୁ ବଢାଇଲେ ସହାୟତାର ହାତ

57

ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାର ମହିଳା ଏସପିଙ୍କ ମାନବିକତା ଓ ମହାନତାକୁ ନେଇ ପୁଣି ଥରେ ଚର୍ଚାକୁ ଆସିଛନ୍ତି । ପ୍ରବଳ ଶୀତରେ ମଣିଷ ଘରୁ ପଦାକୁ ବାହାରୁନଥିବା ବେଳେ ରାସ୍ତା କଡରେ ଶୋଇଥିବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଏହି ମହିଳା ପୋଲିସ ଅଧିକାରୀ । ଯାହାକୁ ନେଇ ସାରା ରାଜ୍ୟରେ ତାଙ୍କ ନିକଟକୁ ପ୍ରସଂଶାର ସୁଅ ଛୁଟିଛି ।

ନିଜର ସୁନ୍ଦର ବ୍ୟବହାର ଓ କାମ କରିବାର ନିଷ୍ଠାକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥିବା ମହିଳା ଏସପି ପୁଷ୍ପାଂଜଳୀ ଦେବୀ ପୁଣିଥରେ ନିଜର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଜିଲ୍ଲାରେ ଭାଇରାଲ ହୋଇଥିବା ଭିଡିରେ ଦେଖିବାକୁ ମିଳିଛି ଯେ ମହିଳା ଆଇପିଏସ ଅଧିକାରୀ ଜଣକ ଶୀତରାତିରେ ରାସ୍ତା କଡରେ ଶୋଇଥିବା ଲୋକଙ୍କୁ କମ୍ବଳ ବାଂଟୁଛନ୍ତି । କେବଳ ସେତିକି ନୁହେଁ ସେ ନିଜେ କମ୍ବଳ କିଣି ଲୋକଙ୍କୁ ଦେଇଛନ୍ତି । ଗତ ଡିସେମ୍ବର ୨୭ ତାରିଖ ରାତି ଅଧରେ ଲେଡି ଆଇପିଏସ ଅଫିସର କମ୍ବଳ ଦେଉଥିବା ଭିଡିଓ ଭାଇରାଲ ହୋଇଛି ।

ହଠାତ ରାଜି ଅଧରେ ପୁଷ୍ପାଂଜଳୀ ଦେବୀ ରେଳଷ୍ଟେସନ ନିକଟ ହନୁମାନ ମନ୍ଦିରକୁ ଆସି ଗରିବ ଲୋକଙ୍କୁ କମ୍ବଳ ବାଂଟିଥିଲେ । ସେତେବେଳେ କେହି ଜଣେ ଏହାର ଭିଡିଓ କରିଥିଲେ । ଏହାକୁ ନେଇ ଜିଲ୍ଲାରେ ସମସ୍ତଙ୍କ ମୁହଁରେ ଏସପିଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି ।

ପୂର୍ବରୁ ଏହି ମହିଳା ପୋଲିସ ଅଫିସର ଜଣକ ନିଜ କର୍ମଚାରୀଙ୍କୁ ଚେତାବନୀ ତ ଆଉ କେତେବଳେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁଷ୍ପାଂଜଳୀ । ସେହିପରି ଛାତ୍ରଛାତ୍ରୀଙ୍କୁ ମୋଟିଭେସନାଲ ଟିପ୍ସ ଦେଇ ଗଣମାଧମରେ ପ୍ରମୁଖ ଖବର ପାଲଟିଥାନ୍ତି ମହିଳା ପୋଲିସ ଅଫିସର ।

ସୌଜନ୍ୟ: ଦୈନିକଭାସ୍କର