ଯୋଗୀ ଶାସନରେ ଅସୁରକ୍ଷିତ ମହିଳା ! ବିଜେପି ବିଧାୟକଙ୍କ ଚରିତ୍ରରେ ଦାଗ, ସିବିଆଇକୁ ମାମଲା ହସ୍ତାନ୍ତର ।

75

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଆଲ୍ଲାହାବାଦ ହାଇକୋର୍ଟ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । କୋର୍ଟ ସରକାରଙ୍କୁ ପରାଚିଛନ୍ତି ଯେ, ଆପଣମାନେ ବିଧାୟକଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି ନା ନାହିଁ ।

ଆଜି କୋର୍ଟରେ ହୋଇଥିବା ଶୁଣାଣୀ ସମୟରେ କୋର୍ଟ କହିଥିଲେ ଯେ, ୨୦୧୭ ଜୁନ ୪ ତାରିଖରେ ବିଧାୟକଙ୍କ ଉପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏସଆଇଟି ରିପୋର୍ଟ ଅନୁସାରେ ୨୦୧୮ ଏପ୍ରିଲ ୧୧ ତାରିଖ ଅର୍ଥାତ ଗତକାଲି ଏତଲା ଦାୟର କରାଯାଇଥିଲା । କୋର୍ଟ କହିଛନ୍ତି ଯେ, ବିଧାୟକଙ୍କ ଉପରେ ଥିବା ସମସ୍ତ ଅଭିଯୋଗ ଅତ୍ୟନ୍ତ ଗୁରୁତର । ଏଥିରେ ଉତ୍ତର ଦେଇ ଏସଆଇଟି ଅଧିକାରୀ କହିଛନ୍ତି ମାମଲାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କୁ ଗିରଫ କରାଯିବ । ସୋଲିସିଟର ଜେନେରାଲ କହିଛନ୍ତି ଯେ, ଆଇନ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ।

ୟୁପି ପୋଲିସର ଦାବି, କେବଳ ବିଧାୟକ ହିଁ ଅଭିଯୁକ୍ତ :

ସୂଚନା ଅନୁଯାୟୀ, ଆଜି ଉତ୍ତରପ୍ରଦେଶ ପୋଲିସ ଡିଜିପି ଓପି ସିଂହ ଏହି ମାମଲାରେ ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ । ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରାଯିବା ନେଇ ହୋଇଥିବା ପ୍ରଶ୍ନ ଉପରେ ପୋଲିସ ଡିଜିପି ଓପି ସିଂହଙ୍କ କହିବା କଥା, ଏବେ ବିଧାୟକ କେବଳ ଅଭିଯୁକ୍ତ ଅଟନ୍ତି । ତାଙ୍କୁ ଗିରଫ କରିବା ନେଇ ସିବିଆଇ ନିଷ୍ପତ୍ତି ନେବ ।

ସେହି ସମୟରେ ହିଁ ମୁଖ୍ୟ ଗୃହ ସଚିବ ଅରବିନ୍ଦ କୁମାର କହିଛନ୍ତି ଯେ, ଏଦି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା । ଯେଉଁଥିରେ Lucknow ଜୋନର ଏଡିଜି ମଧ୍ୟ ସାମିଲ ଥିଲେ । ସେମାନେ ପୀଡିତା, ତାଙ୍କ ମା ଏବଂ ଅଭିଯୁକ୍ତ ବିଧାୟକଙ୍କ ବୟାନ ପକ୍ଷ ଦାୟର କରିଥିଲେ । ତିନୋଟି ସ୍ତରରେ ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା । ପ୍ରଥମ ତଦନ୍ତ ଏସଆଇଟି, ଦ୍ୱିତୀୟ ଡିଆଇଜି ଜେଲ ଏବଂ ତୃତୀୟ ଡିଏମ୍ ଉନ୍ନାଓଙ୍କୁ ତଦନ୍ତ ଭାର ଦିଆଯାଇଥିଲା । ଏଥିରେ କେତେକ ସ୍ତରରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି ।

ଦାୟର ହେଲା ଏଫଆଇଆର :

ସୂଚନା ଅନୁଯାୟୀ, ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେନଗରଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଛି । ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଉନ୍ନାଓର ମାଖି ଥାନାରେ ବୁଧବାର ବିଳମ୍ବିତ ରାତିରେ ଆଇପିସିର ଧାରା ୩୬୩, ୩୬୬, ୩୭୬ ଏବଂ ପକ୍ସୋ ଆଇନର ବିଭିନ୍ନ ଧାରା ଆଧାରରେ ଏତଲା ଦାୟର କରାଯାଇଛି । ଏହା ସହ ୟୁପି ସରକାର ଏହି ମାମଲାକୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।

ସେପଟେ ଏଫଆଇଆର ଦାୟର ହେବା ପରେ ପୀଡିତାଙ୍କ ଭଉଣୀ ଅଭିଯୁକ୍ତ ବିଧାୟକଙ୍କ ଗିରଫ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବାପାଙ୍କୁ ଯିଏ ମାରିଛି ଏବଂ ଏହି ଅପରାଧର ଷଡଯନ୍ତ୍ରକାରୀକୁ ଫାସୀ ହେବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି ଏହି ମାମଲାରେ ସଠିକ ଭାବେ ତଦନ୍ତ ହେବା ଆବଶ୍ୟକ । ଖୁବ ଶୀଘ୍ର ଅପରାଧୀକୁ ଗିରଫ କରାଯାଉ । ସରକାରଙ୍କ ଉପରେ ତାଙ୍କର ଆଉ ଭରସା ନଥିବା ପୀଡିତାଙ୍କ ଭଉଣୀ କହିଛନ୍ତି ।

ଯେତେବେଳେ ଜଣେ ପୀଡିତା ଝିଅକୁ ଡରାଯାଉଛି ଯେ, ତାଙ୍କ ବାପା ଏବଂ ଦାଦାଙ୍କୁ ହତ୍ୟା କରାଯିବ, ଏଭଳି ପରିସ୍ଥିତିରେ କିଭଳି ପୀଡିତା ଜଣଙ୍କ ନିଜ ମୁହଁ ଖୋଲିବେ ବୋଲି ତାଙ୍କ ଭଉଣୀ କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଭଉଣୀ ଯେତେବେଳେ ଦିଲ୍ଲୀ ଯାଇଥିଲେ ସେତେବେଳେ ସେ ସ୍ୱର ଉଠାଇଥିଲେ । କିନ୍ତୁ ପ୍ରତିଟି କ୍ଷେତ୍ରରେ ବିଧାୟକଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ସେ କହିଛନ୍ତି । ବିଧାୟକଙ୍କୁ ଖୁବ ଶୀଘ୍ର ଫାସି ଦିଆଯାଉ ବୋଲି ପୀଡିତାଙ୍କ ଭଉଣୀ ଦାବି କରିଛନ୍ତି ।