ବିଏସଏନଏଲର ଜବରଦସ୍ତ ଅଫର ! ବର୍ଷକ ପାଇଁ ଅସୀମିତ କଲ୍ ସୁବିଧା ସହ ମିଳିବ ୨୫ ଜିବି ମାଗଣା ଡାଟା ।

65

ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଟେଲିକମ୍ କମ୍ପାନୀ ଗୁଡିକ ଗୋଟିଏ ପରେ ଗୋଟିଏ ଅଫର ବଜାରକୁ ଆଣୁଛନ୍ତି । ନିଜର ଏଫଟିଟିଏଚ ବ୍ରଡବ୍ୟାଣ୍ଡ ପ୍ଲାନ୍ସକୁ ଅପଡେଟ କରିବା ପାଇଁ ବିଏସଏନଏଲ୍ ଏବେ ୧,୦୯୭ ଟଙ୍କାର ରିଚାର୍ଜ ପ୍ୟାକ୍ ନେଇ ଆସିଛି। ଯେଉଁଥିରେ ଅସୀମିତ ଭଏସ୍ କଲ ବ୍ୟତୀତ ୨୫ଜିବି ଡାଟା ମିଳିବ। ଅର୍ଥାତ୍ ପ୍ରତିଦିନ ୭୦ ଏମବି ଡାଟା ମିଳିବ। ପ୍ଲାନରେ ବୈଧତା ୩୬୫ଦିନ ପର‌୍ୟ୍ୟନ୍ତ ରହିଛି। ଏହି ପ୍ଲାନ୍ ଆଗାମୀ ବର୍ଷ ଜାନୁଆରି ୬ରୁ ଉପଲବ୍ଧ ହେବ। ବିଏସଏନଏଲର ଏହି ପ୍ଲାନରେ ରିଲାଏନ୍ସ  ଜିଓର ୧,୬୯୯ ଟଙ୍କାର ପ୍ଲାନ୍ ସହିତ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି। ଜିଓର ଏହି ପ୍ଲାନରେ ୩୬୫ ଦିନ ଅର୍ଥାତ୍ ଗୋଟିଏ ବର୍ଷର ବୈଧତା ରହିଛି। ଏଥିରେ ୫୪୭.୫ଜିବି ଡାଟାର ସୁବିଧା ମିଳିଥାଏ। ଅର୍ଥାତ୍ ପ୍ରତିଦିନ ୧.୫ଜିବି ଡାଟା।

ଏତଦ ବ୍ୟତୀତ ଜିଓର ୧୬୯୯ ଟଙ୍କାର ପ୍ଲାନ୍ ଜରିଆରେ ରିଲାଏନ୍ସ ଜିଓ ୩୬୫ ଦିନ ପର୍ଯ୍ୟନ୍ତ ଅସୀମିତ ଡାଟା ଓ ଭଏସ୍ କଲ ସହିତ ଅନ୍ୟ କେତେକ ଲାଭ ବି ଗ୍ରାହକଙ୍କୁ ମିଳିବ। ଏଥିରେ ୧.୫ଜିବି ଡାଟା ପ୍ରତିଦିନ ହିସାବରେ ଗ୍ରାହକଙ୍କୁ ୫୪୭.୫ଜିବି ଡାଟା ମିଳିବ। ପ୍ରତିଦିନ ୧୦୦ ଏମଏମଏସର ସୁବିଧା ବି ମିଳିବ। ଏଥି ସହିତ ଜିଓ ଟିଭି, ଜିଓ ସିନେମା, ଜିଓ ମ୍ୟୁଜିକ୍ ଭଳି ଆପ୍ ସୁବିଧା ମିଳିବ।