ଆଶାକର୍ମୀ ପରିଚୟ ଦେଇ ଶିଶୁପୁତ୍ରକୁ ନେଇଗଲେ ଅଜଣା ମହିଳା : ପୁଅକୁ ନ ପାଇ ମଂଗଳାବାଗ ଥାନାରେ ଏତଲା ଦେଲେ ଶିଶୁର ବାପା

41

କନକ ବ୍ୟୁରୋ : କଟକ ବଡ ମେଡିକାଲ ପରିସରରୁ ଶିଶୁ ପୁତ୍ର ଚୋରୀ ଅଭିଯୋଗ । ମଂଗଳବାର ଦିନ ଏସସିବିରେ ଢେଙ୍କାନାଳ କଙ୍କଡାହାଡର ପବିତ୍ର ପାତ୍ର ତାଙ୍କ ସ୍ତ୍ରୀକୁ ମହିଳା ଓ ପ୍ରସୁତି ବିଭାଗରେ ଭର୍ତି କରିଥିଲେ । ଆଉ ପବିତ୍ରଙ୍କ ସ୍ତ୍ରୀଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ତେବେ ବୁଧବାର ପୋଲିଓ ଟୀକା ଦେବାକୁ କହି ଜଣେ ମହିଳା ନିଜକୁ ଆଶା କର୍ମୀ ପରିଚୟ ଦେଇ ପିଲାଟିକୁ ନେଇ କୁଆଡେ ଚାଲିଯାଇଥିଲେ । ପ୍ରାୟ ୧ ଘଂଟା ଧରି ଖୋଜାଖୋଜି କରିବା ପରେ ପୁଅଟି ନ ମିଳିବାରୁ ପବିତ୍ର ମଂଗଳାବାଗ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ଗ୍ରହଣ କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –