ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ୫୦ କୋଟି ଟଙ୍କାର ଅଫର ! ବିଦେଶରୁ ଆସିଲା ସନ୍ଧୀଗ୍ଧ କଲ

33

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ । ମଧ୍ୟପ୍ରଦେଶର ସତନା ଜିଲ୍ଲା ନିବାସୀ କୁଶଲ ସୋନୀ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଅଜଣା ନମ୍ବରରୁ ବିଦେଶରୁ ଆସିଛି ଏକ କଲ । ଯେଉଁଠି ୨୫ ମଇରେ ହେବାକୁ ଥିିବା ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବମରେ ଉଡାଇବା ପାଇଁ ୫୦ କୋଟି ଟଙ୍କାର ଅଫର ଦିଆଯାଇଛି । ଏନେଇ କୁଶଲ ସୋନୀ ଲିଖିତ ଆକାରରେ ପୋଲିସରେ ଅଭଯୋଗ କରିଛନ୍ତି । ପୁଲିସ ଏବ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରିଦେଇଛି ।

ଏବେ ଏହି ମାମଲାକୁ ନେଇ ପୁଲିସର ସାଇବର ସେଲ ଖୋଳତାଡ ଆରମ୍ଭ କରିଦେଇଛିି । ସୂଚନାରୁ ଜଣାପଡିଛି କୁଶଲ ସୋନୀଙ୍କୁ କେହି ଜଣେ ଅଜଣା ଲୋକ ଫୋନ କରି କହିଥିଲେ ୨୫ ମଇରେ ମୁମ୍ବାଇରେ ହେବାକୁ ଥିବା ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବମ ବିଷ୍ଫୋରଣ କରି ଉଡାଇ ଦିଅନ୍ତୁ । ଏହାସହ ସନ୍ଧୀଗ୍ଧ ବ୍ୟକ୍ତି ଜଣକ ଆଉ ମଧ୍ୟ କହିଥିଲେ ଏହି କାମ ପାଇଁ ଆଉ ୨ ଜଣ ବ୍ୟକ୍ତି ରାଜି ହୋଇଛନ୍ତି । ଫୋନ କରିଥିବା ବ୍ୟକ୍ତି ଜଣକ କୁଶଲ ସୋନୀଙ୍କୁ କହିଥିଲେ ଏହି କାମରେ ଆପଣ ମଧ୍ୟ ସାମିଲ ହୋଇଆନ୍ତୁ ।

ଏଥିପାଇଁ ଆପଣଙ୍କୁ ଯେତେ ଦରକାର ସେତିକି ରକମ ଦିଆଯିବ । ପ୍ରଥମେ କୁଶଲ ସୋନି ଭାବିଲେ କେହି ଜଣେ ତାଙ୍କ ସହ ମଜାକ କରୁଛି, କିନ୍ତୁ ମୋବଇଲ ନମ୍ବର ଦେଖିବା ପରେ ତାଙ୍କର ହୋସ ଉଡିଗଲା । ସେ ତୁରନ୍ତୁ ଏନେଇ ରାଜନଗର ଥାନାରେ ଅଭିଯୋଗ କରିବା ସହ କଥାବାର୍ତ୍ତାର ଅଡିଓ ପୁଲିସକୁ ଦେଇଥିଲେ । ପୋଲିସ ସୂଚନା ଅନୁସାରେ ବିଦେଶରୁ କଲ କରିଥିିବା ବ୍ୟକ୍ତି ଜଣକ ଗୁଜୁରାଟୀ ଅଟନ୍ତି । ଏହି ମାମଲା ପାଇଁ ପୁଲିସ ଏବେ ତତ୍ପର ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢନ୍ତୁ – ୪୫୦ ବର୍ଷ ପୂର୍ବରୁ ଜଣାଥିଲା ମୋଦି କରିବେ ଭାରତର ପ୍ରତିନିଧିତ୍ୱ ! ଜାଣନ୍ତୁ ଘଟଣା ପଛର ରହସ୍ୟ

                                                           ସୌଜନ୍ୟ-ଆଜତକ