ବୈତରଣୀ ନଦୀ ଦେବୀଗଡ଼ା ଘାଟ ନିକଟରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

19

କନକ ବ୍ୟୁରୋ : ବୈତରଣୀ ନଦୀ ଦେବୀଗଡା ଘାଟ ନିକଟରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଯାଜପୁର ପୋଲିସ । ସ୍ଥାନୀୟ ଲୋକେ ସକାଳୁ ନଦୀକୁ ଗୋଧୋଇବାକୁ ଯାଇଥିବା ବେଳେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।