ମାଲକାନଗିରି : ରୋଗୀଙ୍କ ଭିଡ ଭିତରେ ଘଂଟା ଘଂଟା ପଡ଼ି ରହିଲା ଧରି ଶବ

3

କନକ ବ୍ୟୁରୋ : ଦିର୍ଘ ୮ ଘଂଟା ଧରି ଡାକ୍ତରଖାନା ଓାର୍ଡରେ ପଡିରହିଲା ଶବ । ରୋଗୀଙ୍କ ଭିଡ ଭିତରେ ଘଂଟା ଘଂଟା ଧରି ଅଜଣା ଶବଟି ପଡି ରହିଥିଲେ ମଧ୍ୟ ଶବଟିକୁ ଉଠାଇବା ଦିଗରେ ତତ୍ପରତା ଦେଖାଇନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଜଣେ ଅଜଣା ବ୍ୟକ୍ତି ଗୁରୁତର ଆବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି ହୋଇ ଥିବା ବେଳେ ତାଙ୍କୁ ବେଡ ନ ମିଳିବାରୁ ଚଟାଣରେ ଶୋଇଥିବା ଅବସ୍ତାରେ ତାଙ୍କର ଚିକିତ୍ସା କରା ଯାଉ ଥିଲା ।

ଗତକାଲି ଦିନ ପ୍ରାୟ ୧୦ ଟାରୁ ବ୍ୟକ୍ତି ଜଣକ ପ୍ରାଣ ହରାଇ ଥିବା ବେଳେ, ଓାର୍ଡ ଭିତରୁ ଶବଟିକୁ ଦୀର୍ଘ ସମୟ ଧରି ଉଠାଯାଇନଥିଲା । ପୋଲିସ ଓ ପୌରପରିଷଦକୁ ଜଣାଇ ଦେଇଥିବା କହିଥିଲେ ଡ୍ୟୁଟିରେ ଥିବା ଷ୍ଟାଫ ନର୍ସ ମାନେ । ତେବେ ଶବଟି ପୋଲିସ କିମ୍ବା ପୌରପରିଷଦର କର୍ମକର୍ତା ଆସିବା ଯାଏଁ ଶବ ଗୃହ କିମ୍ବା ମର୍ଗ ଭିତରେ ସାଇତି ରଖିବାକୁ ଉଚିତ ମଣିନଥିଲେ ମେଡିକାଲ କର୍ତ୍ତୃପକ୍ଷ । ଦୀର୍ଘ ସମୟ ଧରି ଶବଟି ପଡିରହିବା ପରେ ଗତକାଲି ବିଳମ୍ବିତ ରାତିରେ ଶବଟିକୁ ଉଠାଯାଇଥିଲା ।

Comments are closed.