ବାଣୀବିହାରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସକୁ ନେଇ ଉତ୍ତେଜନା : ପ୍ରତିବାଦରେ ଛାତ୍ର ଗୋଷ୍ଠୀର ଭିସି ଅଫିସରେ ଭଙ୍ଗାରୁଜା

26

କନକ ବ୍ୟୁରୋ : ବାଣୀବିହାରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସକୁ ବିରୋଧ । ବାଣୀବିହାରରେ ହେବାକୁ ଥିବା ରମାଦେବୀର ଦ୍ୱିତୀୟ କ୍ୟାମ୍ପସକୁ ବିରୋଧ କରିଛି ବିଜୁ ଛାତ୍ର ଜନତା ଦଳ । ପ୍ରତିବାଦରେ ବାଣୀ ବିହାର ମୁଖ୍ୟ ଫାଟକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିସିଜେଡି । ଅନେକ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ ୟୁନିଭର୍ସିଟି ଭିତରକୁ ଯାତାୟତ ବନ୍ଦ ହୋଇଯାଇଥିଲା ।

ପରେ ବିସିଜେଡିର କିଛି ଛାତ୍ରନେତା କୁଳପତିଙ୍କ କାର୍ଯ୍ୟାଳୟରେ ପହଁଚି ଭଙ୍ଗାରୁଜା କରିବା ସହିତ ହୋହାଲ୍ଲା କରିଥିଲେ । ତେବେ ପୁଲିସ ଘଟଣା ସ୍ଥଳରେ ପହଁଚି ଉତ୍ତେଜନାକୁ ନିୟନ୍ତଣ କରିଥିଲା । ଏଥିସହିତ ବାଣୀବିହାର କ୍ୟାମ୍ପସରେ କୈାଣସି ଶିକ୍ଷାନୁଷ୍ଠାନକୁ ଇଂଚେ ଜମି ଦିଆଯିବ ନାହିଁ ବୋଲି ଛାତ୍ରମାନେ ଜିଦଧରି ବସିଥିଲେ । ଶେଷରେ କୁଳପତିଙ୍କୁ ଛାତ୍ରମାନଙ୍କ ସ୍ୱାକ୍ଷର ଥିବା ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଖୁବଶୀଘ୍ର କୂଳପତି ଦାବି ସମ୍ପର୍କରେ ଠୋସ ପଦକ୍ଷେପ ନନେଲେ, ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନି ଦେଇଛି ଛାତ୍ରସଂଘ । ତେବେ ଏନେଇ କୁଳପତି କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।