ତାଜା ଫଳ ଓ ଗହମରେ ସଜା ହେଲା ବିବାହ ମଣ୍ଡପ ! ପରିବେଶ ସୁରକ୍ଷା ପାଇଁ ପ୍ରତିଜ୍ଞା ନେଲେ ଇନ୍ଦୋରର ନବବିବାହିତ ଦମ୍ପତି

53

ଆଜିକାଲି ବିବାହ ଉତ୍ସବକୁ ଖୁବ୍ ଧୁମଧାମରେ ପାଳନ କରୁଛନ୍ତି ଲୋକେ । ଯେତିକି ଆବଶ୍ୟକ ତା’ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ବାଣ, ରୋଶଣୀରେ ଖୁବ ଜାକଜମକରେ ବିବାହ ଉତ୍ସବ ପାଳିତ ହେଉଛି । ବିବାହ ଉତ୍ସବରେ ଲୋକମାନେ କିଛି ଚିନ୍ତା ନକରି ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏପରିସ୍ଥଳେ ବିବାହ ସମୟରେ ଖୁବ କମ୍ ଲୋକେ ଅଛନ୍ତି, ଯେଉଁମାନେ ବିବାହ ଉତ୍ସବରେ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତି । ବରଂ ବିବାହ ଉତ୍ସବରେ ସମାଜରେ ନିଜ ଆତ୍ମବଡ଼ିମା ଦେଖାଇବା ପାଇଁ ପରିବେଶ ପ୍ରଦୂଷଣ କରିବା ପାଇଁ ପଛାଉ ନାହାନ୍ତି ଲୋକେ । ଖାଦ୍ୟ ଅପଚୟ ଠାରୁ ଆରମ୍ଭ କରି ବାଣ ରୋଶଣୀରେ ହଜାରା ହଜାର ଟଙ୍କା ଅପଚୟ କରାଯାଉଛି ।

ଖୁବ କମ୍ ଲୋକ ଅଛନ୍ତି ଯେଉଁମାନେ ବିବାହ ସମୟରେ ପରିବଶେ ପ୍ରତି ଧ୍ୟାନ ଦିଅନ୍ତି । ଏପରି ଜଣେ ନବବିବାହିତଙ୍କ ନିଆରା ଅଭିଯାନ ଦେଖିବା ପାଇଁ ମିଳିଛି ଇନ୍ଦୋରରେ । ଇନ୍ଦୋର ଠାରୁ ୩୦ କିମି ଦୂରରେ ଏକ ଏପରି ବିବାହର ଆୟୋଜନ କରାଯାଇଛି, ଯେଁଉଠି ନିବିବାହିତ ଦମ୍ପତି ସାତ ଘେରା ବୁଲିବା ବଦଳରେ ଅଷ୍ଟମ ଫେରା ନେଇ ବୃକ୍ଷଲତାକୁ ସୁରକ୍ଷତି ରଖିବା ପାଇଁ ପ୍ରତିଜ୍ଞା କରିଥିଲେ । କେବଳ ଏତିକି ନୁହେଁ ଉପହାର ସ୍ୱରୂପ ବିବାହରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟ ପୃଥିବୀକୁ ପରିବେଶ ସୁରକ୍ଷା ପାଇଁ ଉପଦେଶ ଦେଇଥିଲେ ।

ଅନେକ ଟଙ୍କା ଖର୍ଚ୍ଚ କରି ନୁହେଁ ବରଂ ତାଜା ଫଳ ଓ ଗହମରେ ସଜା ହୋଇଥିଲା ବିବାହ ମଣ୍ଡପ । ଗଛର ସୁନେଲୀ ପତ୍ରରେ ବରଯାତ୍ରୀଙ୍କ ସ୍ୱାଗତ କରାଯାଇଥିଲା । ଏହାବ୍ୟତୀତ ମଣ୍ଡପରେ ଅଙ୍ଗୁଳ, କଦଳୀ, କାକୁଡ଼ି ଆଦି ଅନେକ ପ୍ରକାର ଫଳରେ ସଜ୍ଜିତ କରାଯାଇଥିଲା । ଏବଂ ଲେଖାଯାଇଥିଲା ଫଳ ଖାଇ ହିଁ ବରବକନ୍ୟାଙ୍କୁୁ ଆଶିର୍ବାଦ ଦିଅନ୍ତୁ । ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ଅତିଥିମାନେ ବିବାହରେ ଗଛ ଲଗାଇଥିଲେ । ଏନେଇ ସେମାନେଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । ବିବାହରେ ଆସିଥିବା ସମସ୍ତ ଅତିଥି ୧୧ ହଜାର ୧୧ ଟି ଚାରା ରୋପଣ କରିଥିଲେ । ଏହା ବ୍ୟତୀତ ବିବାହରେ ଆସିଥୀବା ସମସ୍ତ ଅତିଥୀ ବରକନ୍ୟାକୁ ଚାରା ଉପହାର ଦେଇଥିଲେ । ତେବେ ଏପରି ଏକ ବିବାହ ଲୋକଙ୍କୁ ନିଶ୍ଚିତ ସଚେତନ କରିବ ବୋଲି ଆଶା କରାଯାଉଛି ।

ନିଜ ସୁବିଧା ପାଇଁ ଆମେ ଗଛ କାଟି ଜଙ୍ଗଲ ନଷ୍ଟ କରିଦେଉଛନ୍ତି । ଏପରି କିଛି ପଦକ୍ଷେପ ଲୋକଙ୍କ ଆଖି ଖୋଲିବ ବୋଳି ଆଶାକରାଯାଉଛି । ଆଉ ଏହି ବିବାହରୁ ଆଗାମୀ ଯୁବପୀଢ଼ି ନିଶ୍ଚିତ କିଛି ଶିଖିପାରିେ ଓ ଏବଂ ନିଶ୍ଚିତ ସଚେତନ ହେବେ ।