ସରପଂଚଙ୍କ ଅଭିନବ ପ୍ରତିବାଦ ! ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟରେ ପିସି କାରବାର ହେଉଥିବା ଅଭିଯୋଗ କରି ପିଟିଲେ ଘଂଟ

35

କନକ ବ୍ୟୁରୋ: ଘଂଟ ବଜାଇଲେ ସରପଂଚ । ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟରେ ପିସି କାରବାର ହେଉଥିବା ଅଭିଯୋଗ କରି ଘଂଟ ପିଟିଲେ ସରପଂଚ । ଗଂଜାମ ଜିଲ୍ଲା ସାନଖେମୁଣ୍ଡିରେ ଘଟିଛି ଏଭଳି ଘଟଣା । ମୁଖ୍ୟମନ୍ତ୍ରୀଙ୍କ ହିଂଜିଳିକାଟୁ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗଙ୍କୁ ବିଡିଓ ଅଣଦେଖା କରିଥିବା ସେ ଅଭିଯୋଗ କରିଛନ୍ତି ।ସେପଟେ ପଂଚାୟତ ସମିତି ବୈଠକ ୨ମାସରେ ଥରେ ବସିବା କଥା କିନ୍ତୁ ୮ମାସ ପରେ ବୈଠକ ବସିଥିବା କହିଛନ୍ତି ସରପଂଚ । ଏହି ସବୁ ଘଟଣାରେ ଅସନ୍ତୋଷ ଜାହିର କରି ସାନଖେମୁଣ୍ଡି ପଂଚାୟତ ସମିତି ବୈଠକରେ ବିଡିଓ ଓ ବିଧାୟକଙ୍କ ଉପସ୍ଥିତିରେ ଘଂଟ ପିଟିଛନ୍ତି ସରପଂଚ ।