ଚିକିତ୍ସା ବିଜ୍ଞାନରେ ଚମତ୍କାର! ଝିଅ ବନିବ ପୁଅ, କଟକ ବଡ଼ ମେଡିକାଲରେ ଚାଲିଛି ବିରଳ ଅପରେସନ

1,386

କନକ ବ୍ୟୁରୋ : କଟକ ମେଡିକାଲରେ ହେଉଛି ବିରଳ ଅପରେସନ୍ । ଏହି ଅପରେସନ୍ ଶେଷ ହେବା ପରେ ୧୪ ବର୍ଷର ଜଣେ ଝିଅ ପାଲଟିଯିବ ପୁଅ । ଝିଅର ପରିଚୟ ଗୋପନ ରଖି ଆମେ ତାଙ୍କର ଛଦ୍ମନାମ ଦୀକ୍ଷା ବ୍ୟବହାର କରୁଛୁ । ଦୀକ୍ଷାଙ୍କର ପ୍ରଥମ ପର୍ଯ୍ୟାୟ ଅପରେସନ୍ ଶେଷ ହୋଇଯାଇଛି । ସର୍ଜରୀର ପୂରା ପ୍ରକ୍ରିୟା ଶେଷ ହେବା ପରେ ସେ ଝିଅରୁ ପୁଅ ହୋଇଯିବେ । ତାଙ୍କୁ ମିଳିବ ନୂଆ ପରିଚୟ । ଡାକ୍ତରଙ୍କ କହିବା କଥା, ଯଦି ମାନସିକ ସ୍ତରରେ ଜଣେ ନିଜକୁ ପୁଅ ଭଳି ଅନୁଭବ କରୁଥିବେ, ତେବେ ସେମାନେ ଚିକିତ୍ସା ଦ୍ୱାରା ଲିଙ୍ଗ ପରିବର୍ତନ କରିପାରିବେ ।

କଟକ ବଡ଼ ମେଡିକାଲରେ ଏପରି ଅପରେସନ୍ ହେଉଥିବା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଝିଅକୁ ପୁଅ ବନାଇବା ଲାଗି ହେଉଛି ଅପରେସନ୍ । ଅଧା ଅପରେସନ୍ ସରି ଯାଇଛି । ଖୁବ ଶୀଘ୍ର ଶେଷ ହେବ ପ୍ରକ୍ରିୟା । ଆଉ ଦୀକ୍ଷା ବନିଯିବେ ଝିଅରୁ ପୁଅ । ଅପରେସନ୍ କରାଯାଇ ଝିଅରୁ ପୁଅ ହେଉଥିବା ଖବର ଆପଣ ଅନେକ ଥର ଶୁଣିଥିବେ । ତେବେ କଟକ ଏସସିବିରେ ବି ହେଉଛି ଏପରି ଚମକ୍ରାର । ଆଉ ସର୍ଜରୀ ଓ ଅନ୍ୟାନ୍ୟ ଚିକିତ୍ସା ଶେଷ ହେବା ପରେ ୧୪ ବର୍ଷୀୟା ଦୀକ୍ଷା ଝିଅରୁ ପାଲଟିଯିବେ ପୁଅ ।

ଝିଅରୁ ପୁଅ ହେବା ପାଇଁ ଅଧିକ ଜରୁରୀ ମାନସିକ ପ୍ରସ୍ତୁତି । ପ୍ରଥମ କଥା ହେଉଛି ଯିଏ ଲିଙ୍ଗ ପରିବର୍ତନ କରିବାକୁ ଚାହୁଁଛନ୍ତି, ସେ ମାନସିକ ଭାବେ କ’ଣ ଭାବୁଛନ୍ତି । ଅର୍ଥାତ ତାଙ୍କର ସାକୋଲଜିକାଲ୍ ସେକ୍ସ କ’ଣ ତାହା ଉପରେ ସବୁକିଛି ନିର୍ଭର କରୁଛି ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଶେଷଜ୍ଞ ।

ଦୀକ୍ଷାଙ୍କ ଶରୀର ଝିଅ ଭଳି ଥିଲା, କିନ୍ତୁ ମାନସିକ ସ୍ତରରେ ସେ ନିଜକୁ ପୁଅ ଭଳି ଭାବୁଥିଲେ ଏଥିଯୋଗୁଁ ସେ ଅପରେସନ୍ କରି ପୁଅ ହେବାକୁ ଚାହୁଁଥିବା କହିଛନ୍ତି ଦୀକ୍ଷା । ସେ କହିଛନ୍ତି, ୧୨-୧୩ବର୍ଷ ବୟସରେ ଜାଣି ପାରିଲି ମୁଁ ଟିକେ ଡିଫରେଂଟ୍ ଫିଲ୍ କରୁଛି । ମୁଁ ନିଜ ଉପରେ ରିସର୍ଚ୍ଚ କରିବା ଆରମ୍ଭ କଲି । କଣ ମୁଁ ଫିଲ କରୁଛି । ମୋ ବଡି ଓ ମେଡିକାଲ ରିପୋର୍ଟ ଅନୁସାରେ ଫିମେଲ ଥିଲି । କିନ୍ତୁ ଆଟିଚ୍ୟୁଡ, ଡ୍ରେସ୍ ଓ ହେୟାର ଷ୍ଟାଇଲ୍ ପୁଅ ଭଳିଆ ଥିଲା । ତାହା କଣ ମୋ ଉପରେ ମୁଁ ରିସର୍ଚ୍ଚ କଲି । ତାପରେ ଜାଣିପାରିଲି ଯେ ପ୍ରୋବଲେମ କିଛି ନାହିଁ । ମୋ ଭଳିଆ ଅଲଗା ପିଲା ବି ଅଛନ୍ତି । ସେମିତି କିଛି ପ୍ରୋବଲେମ ନାହିଁ । ଆଉ କିଛି ଦିନ ପରେ ୧୪ ବର୍ଷ ଧରି ଝିଅର ପରିଚୟ ନେଇ ବଂଚୁଥିବା ଦୀକ୍ଷାଙ୍କ ପରିଚୟ ବଦଳିଯିବ । ସର୍ଜରୀ ଶେଷ ହେବା ପରେ ଦୀକ୍ଷା ହୋଇଯିବେ ପୁଅ ।