ଏମିତି ପ୍ରେମକୁ ଶହେ ସଲାମ୍ ! ଭିନ୍ନକ୍ଷମ ବୋଲି ମେଡିକାଲରେ ଛାଡି ଚାଲିଗଲେ ସଂପର୍କୀୟ, ପରିବାର ପରିତ୍ୟକ୍ତା ଯୁବତୀଙ୍କୁ ଚିକିତ୍ସା କରାଇବା ସହ ବିବାହ କଲେ ଯୁବକ

49

ପ୍ରେମ । ଅଢେଇ ଅକ୍ଷର । ପ୍ରେମ ବୁଝେ ନାହିଁ ଧନି କି ଗରିବ । ପ୍ରେମ ମାନେନାହିିଁ କୌଣସି ବି ବନ୍ଧନ । ପ୍ରେମ ହେଉଛି ସ୍ୱାଶ୍ୱତ ଏବଂ ନିସ୍ୱାର୍ଥପରର ଏକ ପବିତ୍ର ଅନୁଭବର ବନ୍ଧନ । ଆଉ ଏହାକୁ ଯଥାର୍ଥ କରି ଦେଖାଇଛନ୍ତି ଜଣେ ଦଶମ ପାସ୍ ଯୁବକ । ଯିଏକି ନିଜର ଭିନ୍ନକ୍ଷମ ପ୍ରେମିକାକୁ ବିବାହ କରି ଅନ୍ୟ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।

ହିସାରର ଜଣେ ଯୁବକ ଜଣେ ଯୁବତୀକୁ ପ୍ରେମ ବିବାହ କରି ସମସ୍ତ ପ୍ରେମୀ ଯୁଗଳଙ୍କ ପାଇଁ ମିଶାଲ ପାଲଟିଯାଇଛନ୍ତି । କାହିଁକି ନା, ଯୁବକଙ୍କର ହୃଦୟ ଯେପରି ନିର୍ମଳ ଥିଲା ତାଙ୍କ ପ୍ରେମ ବି ଥିଲା ସଚ୍ଚା । ଯଦିଓ ଯୁବକ ଜଣକ ଆର୍ଥିକ ଦୃଷ୍ଟିରୁ ବହୁତ ଗରିବ ଥିଲେ ହେଲେ ତାଙ୍କ ମନ ତଥା ହୃଦୟ ଥିଲା ବହୁତ ଧନୀ । ପ୍ରେମ ପାଇଁ ଘର ଲୋକଙ୍କ ବିରୋଧରେ ଯାଇ ନିଜର ଭିନ୍ନକ୍ଷମ ପ୍ରେମିକାର ହାତ ଧରିଥିଲେ ଆଉ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ସାଥି ହୋଇ ରହିବାକୁ ଶପଥ ନେଇଥିଲେ ।

ହିସାରରେ ରହୁଥିବା ଅମିତ ନାମକ ଜଣେ ୨୫ ବର୍ଷିୟ ଯୁବକ, ୩୨ ବର୍ଷିୟ ଯୁବତୀ ରାନୁଙ୍କୁ କରିଛନ୍ତି ପ୍ରେମ ବିବାହ । ବଡ କଥା ହେଲା, ଅମିତ ପୂରାପୂରି ସୁସ୍ଥ ହୋଇଥିବା ବେଳେ ରାନୁ ଜଣେ ଭିନ୍ନକ୍ଷମ ମହିଳା । ଖାଲି ଏତିକି ନୁହେଁ, ରାନୁଙ୍କର ବୟସ ମଧ୍ୟ ଅମିତଙ୍କ ବୟସଠୁ ଢେରଗୁଣା ଅଧିକ । ଅର୍ଥାତ ଯୁବକ ଜଣକର ବୟସ ୨୫ ବର୍ଷ ହୋଇଥିବା ବେଳେ ଯୁବତୀଙ୍କର ବୟସ ହେଲା ୩୨ ବର୍ଷ ।

ଅମିତ ଦଶମ ପାସ୍ କରି ଓଲଣ୍ଡିଂ କାମ କରନ୍ତି । ଆଉ ରାନୁ ବିଏ ବିଏଡ ପାସ୍ । ଅମିତଙ୍କ କହିବାନୁସାରେ, ଦିନେ ସେ ଏକ ଘରୋଇ ମେଡିକାଲକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ରାନୁଙ୍କୁ କେହି ଜଣେ ମେଡିକାଲରେ ଭର୍ତ୍ତି କରି ଛାଡି ଚାଲିଯାଇଥିଲେ । ଯେତେବେଳେ ଅମିତଙ୍କୁ ଜଣାପଡିଥିଲା କି ରାନୁଙ୍କର ପରିବାର ଲୋକେ ତାଙ୍କୁ ଏଭଳି ଅବସ୍ଥାରେ ଛାଡି ଚାଲିଯାଇଛନ୍ତି, ଆଉ ସେ ଜଣେ ଅସହାୟ ମହିଳା ବୋଲି, ସେତେବେଳେ ଅମିତ ରାନୁଙ୍କର ପୂରା ଦେଖାଶୁଣା କରିଥିଲେ । ଆଉ ଏହାରି ଭିତରେ ହିଁ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢିଉଠିଥିଲା ।

ମେଡିକାଲରୁ ଡିସର୍ଚାଜ ହେବା ପରେ ଋାନୁଙ୍କୁ ଅମିତ ନିଜ ଘରକୁ ନେଇଆସିଥିଲେ । ଏବଂ ଘର ଲୋକଙ୍କ ସହ ରାନୁଙ୍କୁ ପରିଚିତ କରିବା ସହିତ ଉଭୟଙ୍କ ପ୍ରେମ ସଂପର୍କ ବିଷୟରେ ବି ଅମିତ ନିଜ ଘର ଲୋକଙ୍କୁ ଜଣାଇଥିଲେ । ହେଲେ ଅମିତଙ୍କ ଘରଲୋକ ଏଥିରେ ରାଜି ହୋଇନଥିଲେ ଏବଂ ଅମିତଙ୍କୁ ରାନୁଙ୍କୁ ଛାଡିଦେବାକୁ ଚାପ ପକାଇଥିଲେ । କିନ୍ତୁ ଅମିତଙ୍କ ପ୍ରେମ ଥିଲା ନିସ୍ୱାର୍ଥପର । ସେ କୌଣସି ବି ପରିସ୍ଥିତିରେ ରାନୁଙ୍କର ହାତ ଛାଡିବାକୁ ଚାହୁଁନଥିଲେ ।ଶେଷରେ ସେ ପରିବାର ଲୋକଙ୍କ ବିରୋଧରେ ଯାଇ ରାନୁଙ୍କୁ ବିବାହ କରିଥିଲେ ଏବଂ ଘର ଛାଡି ଚାଲିଆସିଥିଲେ । ତେବେ ଅମିତଙ୍କୁ ଯେତେବେଳେ ରାନୁଙ୍କ ଅକ୍ଷମତା ବିଷୟରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି, ସେ ରାନୁଙ୍କୁ ହୃଦୟତାର ସହ ଭଲ ପାଉଛନ୍ତି ନା ହିଁ ରାନୁଙ୍କ ଶରୀରକୁ । ସତରେ ଅମିତଙ୍କର ଏହି ଦୁଇ ପଦ କଥା ହୃଦୟକୁ ଜିଣିନେଇଥିଲା ।