ବର-କନ୍ୟାଙ୍କ ନିଆରା ବିବାହ : ମହିଳାମାନେ ମନ୍ତ୍ର ଉଚ୍ଚାରଣ ସହିତ ସମସ୍ତ ରୀତିନୀତିରେ କରାଇଲେ ବାହାଘର

44

ବୈତୁଲ ଜିଲ୍ଲା ମୁଖ୍ୟାଳୟରେ ନିଆରା ଢ଼ଙ୍ଗରେ ବିବାହ ସମ୍ପନ୍ନ ହୋଇଯାଇଛି । ବିବାହରେ ମହିଳାମାନେ ନା କେବଳ ମନ୍ତ୍ର ଉଚ୍ଚାରଣ କରିଛନ୍ତି ବିବାହର ସମସ୍ତ ରୀତିନୀତି ବି ପୁରା କରିଛନ୍ତି । ଏହା ବ୍ୟତୀତ ଏହି ବିବାହ ବିନା କୈାଣସି ଯୈାତୁକରେ ହୋଇଛି, ଯାହା ସମାଜରେ ଏକ ଉଦାହରଣ ପାଲଟିଯାଇଛି । ଯୈାତୁକ ଭଳି କୁପ୍ରଥାକୁ ଶେଷ କରି ବର-କନ୍ୟା ବୃକ୍ଷରୋପଣ କରି ପରିବେଶ ସଂରକ୍ଷଣ କରିବାକୁ ସନ୍ଦେଶ ଦେଇଛନ୍ତି ।

ଆଠନେର ର ଏନଖେଡା ନିବାସୀ ରାମଜୀ ଭାଲେଙ୍କ ଝିଅ କବିତାର ବିବାହ ଗୈାଠାନା ବୈତୁଲ ନିବାସୀ ଭଗବତ ୱରବଡେଙ୍କ ପୁଅ ଉମେଶ ସହିତ ହୋଇଯାଇଛି । ଏହି ବିବାହ ବିଶେଷ ଥିଲା । ବଡୋରାର ଭୀମ ନଗର ସ୍ଥିତ ବୈାଦ୍ଧ ବିହାରରେ ହୋଇଥିବା ଏହି ବିବାହକୁ ରମାବାଈ ଉତ୍ଥାନ ସମିତିର ପଦାଧିକାରୀମାନେ କରାଇଲେ ଏବଂ ମହିଳା ସଶକ୍ତିକରଣର ଉଦାହରଣ ବି ଦେଲେ । ବିବାହ ସଂପନ୍ନ ହେବା ପରେ ବର-କନ୍ୟା ବୃକ୍ଷ ଲଗାଇ ପରିବେଶ ସଂରକ୍ଷଣର ସଂଦେଶ ଦେଲେ ।

ସୂଚନାଯୋଗ୍ୟ, ଉମେଶ ପୁଣେର ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିବାବେଳେ କବିତା ନର୍ସିଙ୍ଗ ପାଠ ପଢ଼ୁଛନ୍ତି ।