ଏମିତି ବାହାଘର ଆପଣ ଆଗରୁ କେବେ ଦେଖିନଥିବେ । ବାହା ହବାକୁ ୧୧ କିଲୋମିଟର ଦୌଡି ଦୌଡି ଗଲା ବର, ପଛରେ ଦୌଡୁଥିଲେ ବରଯାତ୍ରୀ ।

396

କନକ ବ୍ୟୁରୋ : ବାହାଘର । ଏହା ଏମିତି ଏକ ଶବ୍ଦ, ଯାହା ଶୁଣିଲେ ମନରେ ବାଜା, ରୋଷଣୀ, ଡିଜେ ଆଦିର କଳ୍ପନା ଚାଲିଆସିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘର କଥା କହିବୁ, ଯାହାକି ଆପଣ ଆଗରୁ କେବେ ବି ଦେଖିନଥିବେ ।

ଘଟଣାଟି ହେଉଛି ମଧ୍ୟପ୍ରଦେଶ ଇନ୍ଦୋରର । ଯେଉଁଛି ବିନା ବ୍ୟାଣ୍ଡ୍-ବାଜାରେ ବାହାରିଥିଲା ଏକ ନିଆରା ବରଯାତ୍ରୀ । ବିବାହ ପାଇଁ ସେରୱାନୀ ପିନ୍ଧି ବର ଦୌଡୁଥିଲା ଏବଂ ପଛେ ପଛେ ୫୦ରୁ ଅଧିକ ବରଯାତ୍ରୀ ମଧ୍ୟ ଦୌଡୁଥିବାର ନଜର ଆସିଥିଲେ । ଏହି ବରଯାତ୍ରୀ ଫିଜିକାଲ୍ ଟ୍ରେନର ଭାବେ କାମ କରୁଥିବା ନୀରଜ ମାଲବୀୟଙ୍କର ଥିଲା । ଆଉ ନିଜ ବାହାଘରରେ ପାଖାପାଖି ୧୧ କିଲୋମିଟର ଦୌଡି ଦୌଡି ଯାଇଥିଲେ ନୀରଜ ।

ନୀରଜଙ୍କ କହିବା କଥା, ସେ ତାଙ୍କ ବିବାହକୁ ନିଆରା ଭାବେ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ଏଭଳି କିଛି ଯୋଜନା କରିଥିଲେ । କିନ୍ତୁ ରାସ୍ତାରେ ଯିଏ ଏଭଳି ଦୃଶ୍ୟ ଦେଖୁଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ବରଯାତ୍ରୀରେ ଥିବା ବୃଦ୍ଧ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଦୌଡି ଦୌଡି ଯାଉଥିବାର ଦେଖିବାକୁ ମିଳିଥିଲା ।

ଆଉ ସବୁଠାରୁ ବଡ କଥା ହେଉଛି, ଏହି ବରଯାତ୍ରୀରେ ରହିଥିଲା ଡ୍ରେସ କୋଡ୍ । ବରଯାତ୍ରୀରେ ସାମିଲ ଥିବା ଲୋକମାନେ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ଆଉ ରାସ୍ତାରେ ଯିଏବି ଏହି ବରଯାତ୍ରୀକୁ ଦେଖୁଥିଲେ, ସେମାନେ ଘଡିଏ ଅଟକିଯାଉଥିଲେ ।