ନିର୍ବାଚନ ସମୟରେ ନେତାମାନେ ଟଙ୍କା, କପଡା, ମଦର ଲୋଭ ଦେଖାଉଛନ୍ତି କି ? ତେବେ ଏହି ଆପ୍ ଜରିଆରେ କରନ୍ତୁ ଅଭିଯୋଗ, ନେତାଙ୍କୁ ମିଳିପାରେ ଦଣ୍ଡ

46

ନିର୍ବାଚନ ସମୟରେ ନେତାଙ୍କ ତରଫରୁ ଟଙ୍କା, କପଡା ଓ ମଦ ବାଣ୍ଟୁଥିବା ଖବର ଆସୁଥାଏ । ନିର୍ବାଚନୀ ବାତାବରଣରେ ଜନତାଙ୍କୁ ଲୋଭ ଦେଖାଇବା ପାଇଁ ନେତା ଭିନ୍ନ ଭିନ୍ନ ପ୍ରକାରର ଉପହାର ବାଣ୍ଟନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କରିବା ନିର୍ବାଚନ ନିୟମ ବିରୁଦ୍ଧ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୈାଣସି ବି ନେତା ଜନତାଙ୍କୁ ଉପହାର ଦେଇପାରିବନି । ଏମିତି କଲେ ସେହି ନେତାଙ୍କୁ ନିର୍ବାଚନ ପାଇଁ ଅଯୋଗ୍ୟ ବି ଘୋଷଣା କରାଯାଇପାରିବ ।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦେଖି ନିର୍ବାଚନ ଆୟୋଗ ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ସି-ଭିଜିଲ(C-VIGIL ) ନାମକ ଏହି ଆପର ସହାୟତାରେ ନାଗରିକ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଥିବା ନେତାଙ୍କ ବିରୋଧରେ ଅଭିଯୋଗ କରିପାରିବେ ।

କେମିତି କାମ କରିବ ଆପ୍ ? : ନିର୍ବାଚନ ସମୟରେ କୈାଣସି ବି ନେତା କିମ୍ବା ଦଳ ମଦ, କମ୍ବଳ, ବାସନ, ଟଙ୍କା କିମ୍ବା ଉପହାର ବାଣ୍ଟୁଥିବା ନଜର ଆସୁଛନ୍ତି ଯଦି ନାଗରିକ ତାଙ୍କ ଅଭିଯୋଗ ଏହି ଆପ୍ ସହାୟତାରେ କରିପାରିବେ । ଏହି ଆପ୍ ଡାଉନଲୋଡ୍ କରିବା ପରେ ନାଗରିକକୁ ନିଜ ଫୋନ୍ ନମ୍ବର କିମ୍ବା ମେଲ-ଆଇଡି ସାହାଯ୍ୟରେ ସେଥିରେ ରେଜିଷ୍ଟର କରିବାକୁ ହେବ । ନାଗରିକ ନିଜର ଅଭିଯୋଗର ପ୍ରମାଣ ସ୍ୱରୂପ ଏହି ଆପରେ ଫଟୋ ଓ ଭିଡିଓ ବି ଅପଲୋଡ୍ କରିପାରିବେ । ଅଭିଯୋଗ ପରେ ନାଗରିକଙ୍କୁ ଏକ ଗ୍ରିଭେନ୍ସ ନମ୍ବର ଦିଆଯିବ । ଯାହା ସହାୟତାରେ ସେ ନିଜ ଅଭିଯୋଗର ଷ୍ଟାଟସ୍ ବି ଜାଣିପାରିବେ । ଅଭିଯୋଗ ଅପଲୋଡ୍ ହେବା ପରେ ସି-ଭିଜିଲର ସିଷ୍ଟମ ନିଜ ସ୍ତରରେ ଏହାର ଯାଂଚ କରିବ । ଏହି ସିଷ୍ଟମରେ ଥରେ ଅଭିଯୋଗ ସ୍ୱୀକୃତି ପ୍ରାପ୍ତ ହେବା ପରେ ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଏହାର ସୂଚନା ପହଂଚିବ । ସେଠାରୁ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ପଠାଯିବ ।

ନିର୍ବାଚନ ଆୟୋଗ ଅନୁସାରେ, ଏପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନର ଖବର ବହୁତ ବିଳମ୍ବରେ ମିଳିଛି, ଯାହା କାରଣରୁ ଦୋଷୀ ଦଣ୍ଡ ପାଇବାରୁ ବଂଚିତ ହୋଇଯାଏ । ଏହା ବ୍ୟତୀତ ଆବଶ୍ୟକୀୟ ଫଟୋ ଓ ଭିଡିଓ ଭଳି ପ୍ରମାଣର ଅଭାବରେ ଅଧିକାଂଶ ଅଭିଯୋଗକୁ ପ୍ରମାଣିତ କରିବାରେ ଅସୁୂବିଧା ହେଉଥିଲା । ଯାଂଚ ପରେ ଅଧିକାଂଶ ଅଭିଯୋଗ ଭୁଲ୍ ପ୍ରମାଣିତ ହେଉଥିଲା । ସଠିକ୍ ସମୟରେ ଅଭିଯୋଗ ମିଳିଲେ ତା’ ଉପରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରିବ ବୋଲି ଆୟୋଗ କହିଛନ୍ତି ।

୫ଟି ରାଜ୍ୟ-ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସି-ଭିଜିଲ ଆପର ଅତିରିକ୍ତ ଆୟୋଗ ଏହି ରାଜ୍ୟ ଗୁଡିକରେ ଜାତୀୟ ଅଭିଯୋଗ ସେବା, ଇଣ୍ଟିଗ୍ରେଟେଡ୍ କଣ୍ଟାକ୍ଟ ସେଣ୍ଟର, ସୁବିଧା, ସୁଗମ, ଇଲେକ୍ସନ୍ ମନିଟରିଙ୍ଗ ଡ୍ୟାଶବୋର୍ଡ ଓ ୱାନ-ୱେ ଇଲେକ୍ଟ୍ରୋନିକଲି ଟ୍ରାନ୍ସମିଟେଡ୍ ପୋଷ୍ଟଲ ବାଲାଟ୍ ଭଳି ଆପର ବି ଉପଯୋଗ କରିବ ।