ମୋଦି ମନ୍ତ୍ରିମଣ୍ଡଳରେ ନୂଆ କାର୍ଯ୍ୟଭାର ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ପରେ ଧର୍ମେନ୍ଦ୍ରଙ୍କୁ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ

25

କନକ ବ୍ୟୁରୋ : ମୋଦି ମନ୍ତ୍ରିମଣ୍ଡଳରେ ନୂଆ କାର୍ଯ୍ୟଭାର ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୯କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ମଣ୍ଡଳର ଅଦଳବଦଳରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି କରାଯାଇଛି । ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ପରେ ତାଙ୍କ ହାତରେ ମୋଦି ପେଟ୍ରୋଲିୟମ୍ ବିଭାଗ ସହ ଦକ୍ଷତା ବିକାଶ ମନ୍ତ୍ରାଳୟର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଦ୍ଧିବଧ ଭାବେ ଦକ୍ଷତା ବିକାଶ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ୯ ନୂଆ ମନ୍ତ୍ରୀଙ୍କ ସହ ୪ ଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଆଉ ଏହି ଶପଥ ଗ୍ରହଣ ଉତ୍ସବ ପଦୋନ୍ନତି ପାଇଁ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ହିଁ ଆରମ୍ଭ ହୋଇଥିଲା ।