ଋଷର ଉପ-ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ । ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ଋଷକୁ ଭାରତର ଆମନ୍ତ୍ରଣ ।

96

କନକ ବ୍ୟୁରୋ: ପୁଞ୍ଜି ନିବେଶ ପାଇଁ ଋଷକୁ ଆମନ୍ତ୍ରଣ । ଦିଲ୍ଲୀରେ ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ବୈଠକରେ ଭାରତ ଏବଂ ରୁଷ ମଧ୍ୟରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନୂଆ ସମ୍ଭାବନା ଖୋଜିବା ସହ ସହଯୋଗ ପାଇଁ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱାରୋପ କରାଯାଇଛି ।

ଆଗାମୀ ଦିନରେ ଭାରତରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ କରିବା ପାଇଁ ରୁଷର କମ୍ପାନୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଭାରତ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ରୁଷରେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛୁକ ଥିବା ମଧ୍ୟ ବୈଠକରେ ଆଲୋଚିତ ହୋଇଥିଲା ବୋଲି ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର ।

ସେପଟେ ପୂର୍ବ ରୁଷରୁ-ଭାରତର ପୂର୍ବତଟ ପର୍ଯ୍ୟନ୍ତ ନୌ-ମାର୍ଗ ପ୍ରତିଷ୍ଠା ହେଲେ ଉର୍ଜା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ବୈଠକରେ ଆଲୋକପାତ କରାଯାଇଥିଲା । ଏହାବ୍ୟତିତ ଏହି ବୈଠକରେ ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ.ଇ ତୃଟନେବ ସେପ୍ଟେମ୍ବର ୧୯ରେ ଭ୍ଲାଡିଭୋଷ୍ଟୋକରେ ଅନୁଷ୍ଠିତ ହେବାକୁ ଥିବା ୫ତମ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇଥିଲେ ।

Comments are closed.