ସୁଯୋଗ ଛାଡ଼ିଲେନି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ! ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ,ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କୁ କଲେ ସମାଲୋଚନା । 

49

କନକ ବ୍ୟୁରୋ: ବିଜେପି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ଉପରେ ବର୍ଷିଲେ  କେନ୍ଦ୍ର ବୟନଶିଳ୍ପ  ମନ୍ତ୍ରୀ ସ୍ମୃତି ଇରାନୀ । ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ ବୋଲି ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ । ସେହିଭଳି ଆୟୁଷ୍ମାନ ଭଳି ଜନହିତକର ଯୋଜନାକୁ ସମସ୍ତ ରାଜ୍ୟ ଲାଗୁ କରିଥିଲେ ମଧ୍ୟ  ଓଡ଼ିଶା ସରକାର ନିଜ ସ୍ୱାର୍ଥ ପାଇଁ ଏହି ଯୋଜନାକୁ ଗ୍ରହଣ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏହାସହ ଓଡ଼ିଶା ଟେକ୍ସଟାଇଲ କାରଖାନାର ପୁନଃରୁଦ୍ଧାର କରିବାରେ ସରକାର ବିଫଳ ହୋଇଥିବା ଆରୋପ ଲଗାଇ ବିଜେପି ସରକାର ଆସିଲେ ଏହାର ପୁନଃରୁଦ୍ଧାର ହୋଇପାରିବ ବୋଲି  ଦମ୍ଭୋକ୍ତି ବାଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ସେହିଭଳି ରାଜ୍ୟରେ ବେରୋଜଗାରୀ ସମସ୍ୟା ଉକ୍ରଟ ହୋଇପଡିଛି  ।  ତେଲ ଦର ସମ୍ପର୍କରେ ମଧ୍ୟ ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ଇରାନୀ । କେନ୍ଦ୍ର ସରକାରଙ୍କ ଅପିଲ୍ ପରେ ଅନେକ ରାଜ୍ୟ ୨ଟଙ୍କା ୫୦ ପଇସା ଉତ୍ପାଦ ଶୁଳ୍କ ତଥା ଭାଟ୍ ହ୍ରାସ କଲେ କିନ୍ତୁ ନବୀନ ସରକାର କଲେ ନାହିଁ । ଯାହା ଓଡ଼ିଶାବାସୀଙ୍କ ପ୍ରତି ନବୀନଙ୍କ ଦରଦ  କେତେ ଅଛି ତାହା ଜଣାପଡୁଛି କହି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।