ପୁଲିସ୍-ଆଇନଜୀବୀ ବିବାଦର ତୁରନ୍ତ ହେଉ ସମାଧାନ। ମୁଖ୍ୟମନ୍ତ୍ରୀ କରନ୍ତୁ ହସ୍ତକ୍ଷେପ, ଫେସବୁକରେ ଧର୍ମେନ୍ଦ୍ରଙ୍କ ଆହ୍ୱାନ ।

29

କନକ ବ୍ୟୁରୋ: ପୁଲିସ୍-ଆଇନଜୀବୀ ବିବାଦରୁ କୋର୍ଟ ଅଚଳାବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଦୋଷ ଲଦିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଏଥିରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ନିବେଦନ କରିଛନ୍ତି। ଗତ ଦେଢମାସ ହେଲା ପୋଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ସ୍ଥିତାବସ୍ଥାର ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅପାରଗତାର ବଡ ଉଦାହରଣ ଠାରୁ ଆଉ କଣ ହୋଇପାରେ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

ଅନ୍ୟପଟେ ଏହି ସମସ୍ୟାର ସମାଧାନ ଯେତେଶୀଘ୍ର ହେବ ଗରିବ ଲୋକ ହୁଅନ୍ତୁ କି ଅନ୍ୟ କେହି ସମସ୍ତେ ନ୍ୟାୟ ପାଇବାରେ ସହାୟକ ହେବେ । ଏବଂ ପରୋକ୍ଷରେ ପୋଲିସ ଓ ପ୍ରଶାସନିକ କଳ ଉପରକୁ ଆଙ୍ଗୁଳି ଉଠାଇ ଡିଜି କଣ କରୁଛନ୍ତି , ମୁଖ୍ୟଶାସନ ସଚିବଙ୍କ ଭୂମିକା ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ସମସ୍ତେ ନିଜର ସ୍ୱାଭାବିକ କାମ କଲେ ସମାଜ ପାଇଁ ଏହା ଭଲ ହେବ । ଏଥିପାଇଁ ଯିଏ ଦାୟିତ୍ୱରେ ଅଛନ୍ତି ତାଙ୍କର ଭୂମିକା ନାହିଁ କି ବୋଲି ସେ ପରୋକ୍ଷରେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି ।

dharmendra vs nabinକେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କୁ ଅପାରଗ ସରକାର କହିବା ସହ ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ, ନ୍ୟାୟପାଳିକା ପାଖରେ ତାଙ୍କର ଉତର ଦାୟିତ୍ୱ ଅଛି । ଭୁଲ ଠିକ୍ ର ତର୍ଜମା ସେ କରିବାକୁ ଚାହୁଁନାହାନ୍ତି । ଉଭୟଙ୍କ ମଧ୍ୟରେ ସମସ୍ୟାର ସମାଧାନର ଦାୟିତ୍ୱ କାହାର । ଏହାର ସମାଧାନ ଯଦି ନହେଉଛି ଏହାକୁ ଅପାରଗତା କୁହାଯିବନି ତ ଆଉ କଣ କୁହାଯିବ ବୋଲି ନବୀନଙ୍କୁ ନିଶାନା କରିଛନ୍ତି ଧର୍ମେନ୍ଦ୍ର ।