ଧାରଣା ସ୍ଥଳରେ ଧର୍ମେନ୍ଦ୍ର । ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ କରି ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

57

କନକ ବ୍ୟୁରୋ: ସରକାରଙ୍କ ନାଲି ଆଖି ସତ୍ୱେ ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି । ଆଉ ଶିକ୍ଷକଙ୍କ ଆନ୍ଦୋଳନକୁ ଶାଣିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ଧାରଣା ସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ନିଆଁରେ ଘିଅ ଢ଼ାଳିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଯେ, “ରାଜ୍ୟ ସରକାରଙ୍କ ରାଜସ୍ୱ ୭ ହଜାର କୋଟିରେ ପହଚିଂଛି । ହେଲେ କାହିଁକି ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ମାନୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

କେବଳ ଏତିକି ନୁହେଁ ଦାରିଦ୍ର‌୍ୟତାରୁ ବାହାରିବା ପାଇଁ ହେଲେ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ । ତେଣୁ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ଉଚିତ୍ । ବିନା କୌଣସି ସାମ୍ବିଧାନିକ ଆଇନରେ ‘ଆମ ଗାଁ ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ୧୨ ଶହ କୋଟି ଖର୍ଚ୍ଚ ଏବଂ ବିଜୁ ଯୁବ ବାହିନୀ ଜରିଆରେ ୪୦୦ କୋଟି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ଶିକ୍ଷକ ମାନଙ୍କ ପାଇଁ ପଛଘୁଞ୍ଚା କାହିଁକି ଦେଉଛନ୍ତି ରାଜ୍ୟ ସରକାର । ଶିକ୍ଷକମାନେ କୌଣସି ଦଳ ଦେଖି ପାଠ ପଢ଼ାନ୍ତି ନାହିଁ ତାଙ୍କା ପାଇଁ ସମସ୍ତ ଛାତ୍ରଛାତ୍ରୀ ସମାନ ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ଶିକ୍ଷକମାନଙ୍କ ଦାବିକୁ ପୂରଣ କରାଯାଉ ବୋଲି ସମାଲୋଚନା କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ ୨୩ ଦିନ ହେବ ବ୍ଲକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକ ମାନେ ଧାରଣାରେ ବସଥିବା ବେଳେ କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ବ୍ଲକ୍ ଗ୍ରାଂଟ୍ ଉଚ୍ଛେଦ ନୁହେଁ, ଚାକିରି ସର୍ତାବଳୀରେ ସଂଶୋଧନ ଦାବି କରିି ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେଉଛି । ଯୋଗ୍ୟ ବିବେଚିତ ହେବା ଦିନଠାରୁ ସମସ୍ତ ସ୍କୁଲ ଓ କଲେକୁ ଅନୁଦାନ ପରିସରଭୁକ୍ତ କରାଯାଇ ଚାକିରି ସର୍ତାବଳୀ ଓ ଅବସରକାଳୀନ ସୁବିଧା ଦେବା ରହିଛି ସେମାନଙ୍କର ପ୍ରମୁଖ ଦାବି । ୪୦,୬୦, ୭୫ ଓ ଶତ ପ୍ରତିଶତ ଅନୁଦାନ ପାଉଥିବା ସ୍କୁଲ କଲେଜ କର୍ମଚାରୀଙ୍କ ବାର୍ଷିକ ଦରମା ବୃଦ୍ଧି କରାଯାଉ ବୋଲି ସେମାନେ ଦାବି କରିଛନ୍ତିି ।