୧୫ତମ ଅର୍ଥ କମିସନଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପ୍ରସଙ୍ଗ । ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ । କହିଲେ, ବୁଝିହେଉନି ବିରୋଧର କାରଣ

19

କନକ ବ୍ୟୁରୋ: ପଂଚଦଶ ଅର୍ଥକମିଶନଙ୍କ ଟର୍ମ୍ସ ଅଫ୍ ରେଫରେନ୍ସ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପଚାରିଛନ୍ତି, ଯଦି ନବୀନ ସରକାର ସବୁ କ୍ଷେତ୍ରରେ ଭଲ କାର୍ଯ୍ୟ କରୁଛନ୍ତି ତେବେ ପଂଚଦଶ ଅର୍ଥକମିଶନଙ୍କୁ କାହିଁକି ବିରୋଧ କରୁଛନ୍ତି । ଜନ୍ମ ନିୟନ୍ତ୍ରଣରେ ଯେଉଁ ରାଜ୍ୟ ଭଲ କାର୍ଯ୍ୟ କରିଥିବ ତାଙ୍କୁ ପୁରସ୍କୃତ କରାଯିବ ।

ସେହିପରି ଜିଏସଟି, ବିପର୍ଯ୍ୟୟ, ପ୍ରଶମନ ଶକ୍ତି, ଡିବିଟି ଲାଗୁ, ପଂଚାୟତରାଜ କ୍ଷେତ୍ରରେ ଯେଉଁମାନେ ଭଲ କାର୍ଯ୍ୟକରିଥିଲେ ସେହି ରାଜ୍ୟମାନଙ୍କୁ ପୁରସ୍କୃତ କରାଯିବ । ତେଣୁ ରାଜ୍ୟ ସରକାର ଲାଭବାନ ହେବ । ତେବେ ନବୀନବାବୁ ପଂଚଦଶ ଅର୍ଥକମିଶନରେ ଟର୍ମସ ଅଫ୍ ରେଫରେନ୍ସକୁ କାହିଁକି ବିରୋଧ କରୁଛନ୍ତି । ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ୨୦୧୧ ଜନଗଣନା ଆଧାରରେ ଚତୁର୍ଦଶ ଅର୍ଥକମିଶନର ଫାଇନାନ୍ସ ବ୍ୟବସ୍ଥା ହୋଇଥିଲା । ଚତୁର୍ଦ୍ଦଶ ଅର୍ଥକମିଶନରେ ଓଡିଶାକୁ ଅଧିକ ଅର୍ଥ ମିଳିଥିଲା, ତେଣୁ ସେହି ଆଧାରରେ ପଂଚଦଶ ଅର୍ଥକମିଶନରେ ମଧ୍ୟ ଓଡିଶାକୁ ଅଧିକ ଅର୍ଥମିଳିବ ।