ଆର୍ଥିକ ମାନ୍ଦାବସ୍ଥା ଦୂରକରିବାକୁ କେନ୍ଦ୍ର ନେଉଛି ପଦକ୍ଷେପ । ଧର୍ମେନ୍ଦ୍ର କହିଲେ, ମୋଦି ସରକାରଙ୍କ ଯୋଗୁ ସୁଧୁରୁଛି ମାନ୍ଦାବସ୍ଥା ।

414

କନକ ବ୍ୟୁରୋ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଆମେରିକା-ଚୀନ ମଧ୍ୟରେ ଚାଲିଥିବା ବାଣିଜିକ୍ୟ ତିକ୍ତତା ଯୋଗୁ ଦେଶରେ ଏମିତି ଆର୍ଥିକ ମାନ୍ଦାବସ୍ଥା ସମସ୍ୟାରେ ସମ୍ମୁଖୀନ ହେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ଏହି ଆର୍ଥିକ ମାନ୍ଦାବସ୍ଥା ସଂକଟରୁ ମୁକୁଳିବା ପାଇଁ ମୋଦି ସରକାର ବଡ଼ ନିଷ୍ପତି ନେଇଛନ୍ତି । ଯାହାଦ୍ୱାରା ଭାରତୀୟ ବ୍ୟବସାୟ ଉପରେ ଭଲ ସୁଫଳ ମିଳିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସବୁଠାରୁ ବଡ଼ କଥା ହେଲା, ଆର୍ଥିକ ମାନ୍ଦାବସ୍ଥା ଦୂର କରିବାକୁ ସେସ୍ ୩୦ରୁ ୨୨ ପ୍ରତିଶତ କରିବାକୁ ନିଷ୍ପତି ହୋଇଛି । ଆଉ ବାଣିଜ୍ୟିକ ସଂସ୍ଥାକୁ ୩୦ ପ୍ରତିଶତ ଟ୍ୟାକ୍ସ କମାଯାଇଛି । ଯାହାକି ଅକ୍ଟୋବର ୧ ତାରିଖରୁ ନୂଆ ବ୍ୟବସାୟୀଙ୍କୁ ୧୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ । ସେହିପରି ବର୍ତ୍ତମାନ ବିଶ୍ୱରେ ସବୁଠାରୁ ଶକ୍ତି ଭାରତରେ ବ୍ୟବହୃତ ହେଉଛି ।

ଅନ୍ୟପଟେ ୩୭ତମ ଜିଏସଟି ସମ୍ମିଳନୀ ବୈଠକର ନିଷ୍ପତି ଅନୁସାରେ ହୋଟେଲ୍ ରୁମ ଉପରୁ ଜିଏସିଟି କମାଇବାକୁ ମୋଦି ସରକାର ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା କେବଳ ଭାରତ ନୁହେଁ ଓଡ଼ିଶାର ପର୍ଯ୍ୟଟନ ଉପରେ ସୁପ୍ରଭାବ ପଡ଼ିବ । ଆଉ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ଅଧିକରୁ ଅଧିକ ସଂଖ୍ୟକ ଆସିପାରିବେ । ସେହିପରି ଦେଢ଼କୋଟି ଟଙ୍କାରୁ କମ୍ ବ୍ୟବସାୟୀଙ୍କୁ ପେନସନ୍ ଯୋଜନାରେ ସାମିଲ କରାଯାଇଛି । ଯାହାକି ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।