ଦିଗପହଣ୍ଡିରେ ସୂର୍ଯ୍ୟଙ୍କୁ ଟାଣ ଦେଖାଇଲେ ଧର୍ମେନ୍ଦ୍ର, ଚିଟଫଣ୍ଡ-ଉଜ୍ଜ୍ୱଳା ନେଇ କାଠଗଡ଼ାକୁ ଟାଣିଲେ, ଜବାବ ରଖିଲେ ସୂର୍ଯ୍ୟ ।

155

କନକ ବ୍ୟୁରୋ: ତେଜିବାରେ ଲାଗିଛି ଧର୍ମେନ୍ଦ୍ର ପ୍ରଧାନ ଓ ସୂର୍ଯ୍ୟ ପାତ୍ରଙ୍କ କଳି । ରାଜ୍ୟ ରାଜନୀତିକୁ କିଛି ଦିନ ହେବ ସରଗରମ କରିଛି ଉଭୟଙ୍କ ତୁ ତୁ ମେଁ ମେଁ ରାଜନୀତି । କେତେବେଳେ ଉଜ୍ଜଳା ଯୋଜନା ତ କେତେବେଳେ ଅନ୍ୟାନ୍ୟ ରାଜନୈତିକ ପ୍ରସଙ୍ଗରେ ଦୁହିଁଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଏସବୁ ଭିତରେ ଆଜି ସୂର୍ଯ୍ୟଙ୍କ ନିର୍ବାଚନୀ ମଣ୍ଡଳି ଦିଗ ପହଣ୍ଡିରେ ସୂର୍ଯ୍ୟଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଯେ, ସୂର୍ଯ୍ୟ ବାବୁ ଯେଉଁ ରନ୍ଧନ ଗ୍ୟାସରେ ସବସିଡ଼ ମିିଳୁନାହିଁ ବୋଲି ଅଭିଯୋଗ ଆଣୁଛନ୍ତି ତାହା କପଳୋକଳ୍ପିତ, ଯଦି ଏହା ସତ ଘଟଣା ତେବେ ଖୋଦ୍ ସୂର୍ଯ୍ୟବାବୁଙ୍କ ଘରକୁ ଗତ ଏପ୍ରିଲ ମାସରୁ ଏଯାବତ୍ ୫ଟି ସିଲିଣ୍ଡର ଯାଇଛି କି ନାହିଁ ଏବଂ ଏଥିପାଇଁ ୧୮୫୦ ଟଙ୍କା ସବସିଡ଼ି ମଧ୍ୟ ପାଇଛନ୍ତି କି ନା ନାହିଁ ବୋଲି ସୂର୍ଯ୍ୟଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଏପରକି ଚିଟ୍-ଫଣ୍ଡ କଥା ମଧ୍ୟ ଉଖାରି ସୂର୍ଯ୍ୟଙ୍କୁ ନିଶାନା କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ସୂର୍ଯ୍ୟ ପାତ୍ର ଏବଂ ତାଙ୍କ ପୁଅକୁ ସିବିଆଇ ଚିଟ୍-ଫଣ୍ଡ ପ୍ରସଙ୍ଗରେ ଡ଼ାକିଥିଲା ନା ନାହିଁ ପ୍ରମାଣ କରିବାକୁ ଆହ୍ୱାନ କରିଛନ୍ତି ।

ସେପଟେ ସୂର୍ଯ୍ୟ ପାତ୍ର ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ସିଧାସଳଖ ଜବାବ ରଖିଛନ୍ତି । ସୂର୍ଯ୍ୟ କହିଛନ୍ତି ସାଧାରଣ ଜନତା ପରିବାର ପାଇଁ ଯେମିତି ଗ୍ୟାସ ସିଲିଣ୍ଡ ନେଉଛନ୍ତି ସେମିତି ସେ ମଧ୍ୟ ନେଉଛନ୍ତି । କିନ୍ତୁ ଏଲପିଜିରେ ସବସିଡ଼ି ପାଉନାହିଁ ବୋଲି କହିଛନ୍ତି ସୂର୍ଯ୍ୟ । କାରଣ ଇନକମ୍ ଟ୍ୟାକ୍ସ ଦେଉଛି କେମିତି ସବସିଡ଼ି ନେବି ବୋଲି କହି ଧର୍ମେନ୍ଦ୍ରଙ୍କ କୋର୍ଟକୁ ବଲ ଫିଙ୍ଗି ଦେଇଛନ୍ତି ସୂର୍ଯ୍ୟ ପାତ୍ର । ସେହିକରି ଚିଟ୍-ଫଣ୍ଡ ଘଟଣାରେ ତାଙ୍କୁ ଏବଂ ତାଙ୍କ ପୁଅକୁ ସବିଆଇ କେବେ ଡ଼ାକି ନାହିଁ ବୋଲି ସ୍ପଷ୍ଟି କରଣ ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ସିବିଆଇ ଏହା କେବଳ ଧର୍ମେନ୍ଦ୍ର ବାବୁଙ୍କ ଭ୍ରାନ୍ତ ଏବଂ ଭିତିହୀନ ଅଭିଯୋଗ ବୋଲି ରୋକଠୋକ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ।

UJALA GASଗତ କିଛିଦିନ ତଳେ ଉଜ୍ଜ୍ୱଳା ଯୋଜନା ରାଜ୍ୟରେ ଫେଲ ମାରିଛି ବୋଲି ଅଭିଯୋଗ କରରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ରାଜ୍ୟରେ ଅନେକ ହିତାଧିକାରୀ ଗ୍ୟାସ୍ ସିଲିଣ୍ଡରେ ସବସିଡ଼ି ପାଉନଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଚାଲିଥଲା ରାଜନୈତିକ ଆରୋପ ପ୍ରତ୍ୟାରୋପ ।