କେନ୍ଦ୍ରମନ୍ତ୍ରୀ ଅନନ୍ତଙ୍କ ପରେଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ : ସକାଳ ୯ଟାରେ ବେଙ୍ଗାଲୁରୁର ନ୍ୟାସନାଲ କଲେଜ ଗ୍ରାଉଣ୍ଡରେ ଅନନ୍ତ କୁମାରଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କ ବେଙ୍ଗାଲୁରୁରେ ପରଲୋକ ହୋଇଯାଇଛି

136

କନକ ବ୍ୟୁରୋ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କ ବେଙ୍ଗାଲୁରୁରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ । ସେ ନ୍ୟୁୟର୍କ ଓ ଲଣ୍ଡନରେ ଚିକିତ୍ସିତ ହେଉଥିଲେ । କିଛି ଦିନ ହେଲା ଅନନ୍ତକୁମାରଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଅନନ୍ତ କୁମାର ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ରାତି ପ୍ରାୟ ଗୋଟାଏ ୫୦ ମିନିଟରେ ଅନନ୍ତ କୁମାର ଶେଷନିଶ୍ୱାସ ତ୍ୟାଗ କରିଥିଲେ । ଆଜି ସକାଳ ୯ଟାରେ ବେଙ୍ଗାଲୁରୁରୁ ନ୍ୟାସନାଲ କଲେଜ ଗ୍ରାଉଣ୍ଡରେ ଅନନ୍ତ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଅନନ୍ତ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି ।

 

ଟ୍ୱିଟ କରି ସେ ଦୁଃଖ ପ୍ରକାଶ କରିବା ସହ ଜଣେ ସହଯୋଗୀଙ୍କୁ ହରାଇଲେ ବୋଲି କହିଛନ୍ତି । କେବଳ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତିଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ଓଡିଶାର ବିଜେପି ବିଧାୟକ ଦଳର ନେତା କେଭି ସିଂହ ଦେଓ ମଧ୍ୟ ଟୁଇଟ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ଅନନ୍ତଙ୍କ ବିୟୋଗରେ ଆଜି କର୍ଣ୍ଣାଟକରେ ଶୋକ ପାଳନ କରାଯିବା ସହ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ ବୋଲି ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ଅନନ୍ତଙ୍କ ବିଷୟରେ କିଛି ତଥ୍ୟ…

 

ଅନନ୍ତ କୁମାରଙ୍କ ଜନ୍ମ ୨୨ ଜୁଲାଇ ୧୯୫୯ରେ ଜନ୍ମ ହୋଇଥିଲେ । ଛାତ୍ର ଜୀବନରୁ ହିଁ ସେ ସଂଘ ସମର୍ଥକ ଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଜେଲ ବି ଯାଇଥିଲେ । ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଅନନ୍ତ କୁମାର ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଭାବେ ସେ ଅଟଳ ବିହାରୀ ବାଜପେୟୀ ସରକାରରେ ସାମିଲ ହୋଇଥିଲେ । ୧୯୯୯ ମସିହାରେ ବି ଏନଡିଏ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ।

 

୨୦୦୩ରେ ସେ କର୍ଣ୍ଣାଟକ ରାଜ୍ୟ ବିଜେପିର ସଭାପତି ହୋଇଥିଲେ । ତାଙ୍କ ନେତୃତ୍ୱରେ ୨୦୦୩ରେ ବିଜେପି ରାଜ୍ୟରେ ସବୁଠାରୁ ବଡ ଦଳ ହୋଇଥିଲା । ୨୦୦୪ ସାଧାରଣ ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ସବୁଠାରୁ ଅଧିକ ଲୋକସଭା ଆସନ ଜିତିଥିଲା । ୨୦୦୪ରେ ଅନନ୍ତ କୁମାର ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୪ରେ ସେ ନରେନ୍ଦ୍ର ମୋଦି ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ ।