ରାଣୀତାଲରେ ରାଜନାଥ ! ପ୍ରତିଶ୍ରୁତି ଦେଇ କହିଲେ, ଆଗାମୀ ନିର୍ବାଚନରେ ଜିତିଲେ ପୂରଣ ହେବ ଓଡ଼ିଶାର ଦାବି ।

362

କନକ ବ୍ୟୁରୋ: ପୁଣି ସ୍ୱପ୍ନ ଦେଖାଇଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଓଡ଼ିଶାର ଦୀର୍ଘଦିନର ଦାବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ଦାବିକୁ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିଲେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ । ଭଦ୍ରକ ରାଣୀତଲାରେ ବିଜେପି ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପୁର୍ନବାର ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ର ଗୃମନ୍ତ୍ରୀ ରାଜନାଥ । କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିଲେ ଓଡ଼ିଶାର ଏମଏସପି ଦେଢ଼ଗୁଣା ବୃଦ୍ଧି କରିବା ଦାବିକୁ ପୂରଣ କରାଯିବ । ଏବଂ ଯେଉଁ ଦାରଦାମ ଯାହା ଉପରେ ଲଗାଇବା ପାଇଁ ଦାବି କରିବେ ସେ ସବୁକୁ ମୋଦି ସରକାର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ ।

ଏପରିକି ଭାଷଣ ଆରମ୍ଭରୁ ପୁଲୱାମା ଆତଙ୍କୀ ହମଲାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇସାରିବା ପରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ରାଜନାଥ । ଓଡ଼ିଶାର ବିକାଶ କାହିଁକି ହେଉନି ଏବଂ ବିକାଶରେ କାହିଁକି ବାଧା ସୃଷ୍ଟି ହେଉଛି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆସନ୍ତୁ ବିଜେପି ଶାସିତ ରାଜ୍ୟର ବିକାଶ ଦେଖନ୍ତୁ । ବିଜେପି ଶାସିତ ରାଜ୍ୟର ଜିଡ଼ିପି ତୁଳନାରେ ଓଡ଼ିଶା ବହୁତ ପଛରେ ରହିଛି ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜନାଥ ।

ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୋଇଥିଲେ ମଧ୍ୟ ଏହାକୁ ଓଡ଼ିଶାରେ ଲାଗୁ କରାଯାଉନି । କେଉଁ କାରଣ ରହୁଛି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ । ସେପଟେ କଂଗ୍ରେସକୁ ମଧ୍ୟ ନିଶାନାକୁ ନେଇ ରାହୁଲଙ୍କୁ ସମାଲୋଚନା କରିଛନ୍ତି ରାଜନାଥ । କହିଛନ୍ତି ଯେ, ଚୌକିଦାର ଚୋର ନୁହେଁ ସ୍ୱଚ୍ଛ । ଯେଉଁମାନେ ଦୁର୍ନିତିକୁ ନିଜର ରକ୍ତରେ ସାମିଲ କରିଛନ୍ତି ସେମାନେ ମୋଦି ସରକାରକୁ ସମାଲୋଚନା କରୁଛନ୍ତି ବୋଲି କହି କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପୂର୍ବଭାରତର ବିକାଶ କେବଳ ମୋଦି ସରକାର କରି ପାରିବେ ବୋଲି କହିଛନ୍ତି ରାଜନାଥ । ତେଣୁ ହାତରେ ଆଉ ଅଳ୍ପ ସମୟ ଅଛି ତୁରନ୍ତ ସରକାର ବଦଳାଇବାର ନିଷ୍ପତି ନିଅନ୍ତୁ ଏବଂ ଓଡ଼ିଶାରେ ବିଜେପିକୁ ଶାସନ କରିବାର କ୍ଷମତା ଦେବାକୁ ଆହ୍ୱାନ ଦେଇଛନ୍ତି ରାଜନାଥ ।