ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଚାଲିଛି ଉଦ୍ୟମ । ସଜାଗ ରହିବାକୁ ଏନଏସଜିକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ

36

କନକ ବ୍ୟୁରୋ : ବର୍ତମାନ ସମୟରେ ସାରା ଦେଶରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଏକ ରିପୋର୍ଟ ମିଳିଛି । ତେବେ ଏହା ଜଣାପଡିବା ପରେ ଯବାନମାନେ ସତର୍କ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ସ୍ୱାଧୀନତା ଦିବସରେ ଦିଲ୍ଲୀଠାରେ ଆକ୍ରମଣ ହୋଇପାରେ ବୋଲି ସୂଚନା ମିଳିବା ପରେ ସାରା ଦେଶରେ ହାଇ ଆଲର୍ଟ ହୋଇଥିଲା । କେବଳ ସ୍ୱାଧିନତା ଦିବସ ନୁହେଁ ବରଂ ଅନେକ ସମୟରେ ଏପରି ଆକ୍ରମଣ ହେବ ବୋଲି ସୂଚନା ଆସେ । ଏହା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇଯାଇଥାଏ । ତେବେ ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ସଂପ୍ରତି ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟାଇବା ପାଇଁ ଆତଙ୍କବାଦୀମାନେ ନୂଆ ନୂଆ କୌଶଳ ଅବଲମ୍ବନ କରୁଥିବାରୁ ଏଥିପ୍ରତି ସର୍ବଦା ସତର୍କ ରହିବା ସହ ଏହାର ମୁକାବିଲା ପାଇଁ ନିଜକୁ ସଦା ପ୍ରସ୍ତୁତ କରି ରଖିବାକୁ ସୁରକ୍ଷା ବାହିନୀକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ।

 

ଗୁରୁଗ୍ରାମର ମାନେସାରଠାରେ ଜାତୀୟ ସୁରକ୍ଷା ବାହିନୀ (ଏନଏସଜି)ର ୩୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ସଂପ୍ରତି ଆତଙ୍କବାଦୀମାନେ ନିଜର ପ୍ରଚାର ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଥିବା ବେଳେ ଭିଡ଼ ଥିବା ଅଞ୍ଚଳରେ ଲୋକଙ୍କ ଉପରେ ଚଳନ୍ତା ଭାରୀଯାନ ଚଢ଼ାଇ ମରିଦେବାକୁ ଉଦ୍ୟମ କରୁଛନ୍ତି। ତେଣୁ, ଏଭଳି ଆହ୍ଵାନର ସମ୍ମୁଖୀନ ହେବା ଲାଗି ଏନଏସଜି ନିଜର ଦକ୍ଷତା ଓ ବୃଦ୍ଧି କରିବା ସହ କୌଶଳ ବଦଳାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।