ହସ୍ପିଟାଲ କର୍ତୃପକ୍ଷଙ୍କୁ କାଠଗଡାରେ ଛିଡା କଲା ଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ହୋଇନଥିଲା ସୁରକ୍ଷା ବ୍ୟବସ୍ଥା

30

କନକ ବ୍ୟୁରୋ : ସମþ ହସ୍ପିଟାଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡା । ସାଥୀର ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ କେନ୍ଦ୍ରମନ୍ତ୍ରୀ ଖୋଜୁଛନ୍ତି ଗଣମୃତ୍ୟୁର କାରଣକୁ । କେଉଁଠୁ ଆସିଲା ନିଆଁ । କେମିତି ବ୍ୟାପିଲା ଧୂଆଁ । କାହିଁକି ହୋଇପାରିଲାନି ଦୁର୍ଘଟଣାର ପରିଚାଳନା । ମାତ୍ର କିଛି ଘଂଟାର ଅନୁଧ୍ୟାନରେ ଦୁଇ ମନ୍ତ୍ରୀ ପାଇ ଯାଇଛନ୍ତି ଏସବୁ ପ୍ରଶ୍ନର ଉତର । ଆଉ ସ୍ୱାସ୍ଥମନ୍ତ୍ରୀ ସିଧାସଳଖ କହିଛନ୍ତି ହସପିଟାଲର ସୁରକ୍ଷା ବ୍ୟବସ୍ଥାରେ ଥିଲା ସାଂଘାତିକ ତ୍ରୁଟି । ଯେଉଁଥି ପାଇଁ ମୃତ୍ୟୁ ମୁହଁରେ ପଡିଗଲା ୨୧ ଜୀବନ । ତେଣୁ ଦୋଷୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶା କରୁଛନ୍ତି ।

ଏହି ଦୁର୍ଘଟଣା ପରେ ନଡ୍ଡା ଜାରି କରିଛନ୍ତି ଫତୁଆ । କହିଛନ୍ତି ଘଟଣାର ପୁନରାବୃତି ରୋକିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଜାରି ହେବ ନୁଆ ଆଡଭାଇଜରି । ଗାଇଡଲାଇନ ଓ ପ୍ରୋଟୋକଲ ପାଳନ ହେଉଛି କି ନାହିଁ ,ତାର ମଧ୍ୟ ଯାଂଚ ହେବ । ଏପରିକି ରାଜ୍ୟରେ ଥିବା ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକଟର ଗାଇଡଲାଇନକୁ ପାଳନ କରିବା ନେଇ ମଧ୍ୟ କଡା ନିର୍ଦ୍ଦେଶନାମା ଜାରି ହେବ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କଡା ମନ୍ତବ୍ୟ ରଖିଛନ୍ତି । ସଫା ସଫା କହିଛନ୍ତିି , ଅଗ୍ନିକାଣ୍ଡ ପାଇଁ ହସପିଟାଲ କର୍ତୁପକ୍ଷ ଦାୟୀ । ସେ ସଂଦେହ ପ୍ରକାଶ କରିଛନ୍ତି ଯେ ବିନା ଏନ୍ଓସିରେ ଚାଲିଥିଲା କି ମେଡିକାଲ । ତେବେ ରାଜ୍ୟ ସରକାରଙ୍କ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ଅଗ୍ନିକାଣ୍ଡ ପାଇଁ ଦାୟୀ କିଏ । ରାଜ୍ୟ ସରକାର କରୁଛନ୍ତି ତିନି ତିନୋଟି ତଦନ୍ତ । ସେପଟେ ସମରେ ନିଅାଁ ଉପରେ ଏବେ ଦିଲ୍ଲୀର ନାଲିଆଖି । ଅପେକ୍ଷା କାର୍ଯ୍ୟାନୁଷ୍ଠାନକୁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –