ପ୍ରତି ୩ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିପୋର୍ଟ କାର୍ଡ ଦେଖାଇବେ ମନ୍ତ୍ରୀ ! ଭଲ କାମ ନ କଲେ ପଦରୁ ହେବେ ବିଦା ।

243

ମଙ୍ଗଳବାର କୃଷି ମନ୍ତ୍ରାଳୟ ଅଧିକାରୀ ନିଜ ବିଭାଗୀୟ ମନ୍ତ୍ରୀଙ୍କୁ କୃଷି ଏବଂ କୃଷକଙ୍କ କାମକୁ କିଭଳି ସହଜ କରାଯାଇପାରିବ ଏଥିପାଇଁ ପ୍ରେଜେଣ୍ଟେସନ୍ ଦେଉଥିଲେ । କୃଷକଙ୍କ ଆୟ କିଭଳି ବଢିବ ଏହାକୁ ନେଇ ଅନ୍ୟ ମନ୍ତ୍ରାଳୟରେ ମଧ୍ୟ ଖୁବ୍ ତର୍କବିତର୍କ ହେଲା । ଏହି କାମକୁ କିଭଳି ସୁଚାରୂରୁପେ କରାଯିବ ଏଥିପାଇଁ ମ୍ୟାପ୍ ବି ପ୍ରସ୍ତୁତ କରାଗଲା । ଯଦି ଉଚିତ୍ ସମୟରେ କାମ ସଂମ୍ପୁର୍ଣ୍ଣ ନହୁଏ ତେବେ ମନ୍ତ୍ରୀମାନଙ୍କର ଛୁଟି ମଧ୍ୟ ହୋଇପାରେ । ତେବେ ପ୍ରଧାନମନ୍ତ୍ରୀ ମୋଦି ଖୋଦ୍ ନିଜେ ମନ୍ତ୍ରୀମାନଙ୍କୁ କରପୋରେଟ୍ ଚାକିରୀରେ ଯେଭଳି ୩ ମାସ ମଧ୍ୟରେ କାମର ସମୀକ୍ଷା ମଗାଯାଏ ସେଭଳି କାମ ଆଦାୟ ସହ ସମୀକ୍ଷା କରିବେ । ଦ୍ୱିତୀୟ କଥା ହେଉଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରତିଦିନ କାମର ଚିଠା ଆଧାରରେ ମନ୍ତ୍ରାଳୟର ପ୍ରଦର୍ଶନର ରିପୋର୍ଟ ପ୍ରସ୍ତୁତ କରିବ । ଯାହାଦ୍ୱାରା ଜନତାଙ୍କ ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଉଛି ତାହାର ଲାଭ ଯେଭଳି ଆବଶ୍ୟକ ଲୋକ ଉଠାଇପାରିବେ । କୌଣସି ଯୋଜନା ଯେଭଳି ଫାଇଲ୍ ତଳେ ଚାପି ହୋଇ ନ ରହିଯାଉ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନଜର ସେହି ମନ୍ତ୍ରାଳୟ ଉପରେ ରହିଛି ଯାହା ଉପରେ ୨୦୨୨ ପର୍ଯ୍ୟନ୍ତ ମୁଖ୍ୟ ଯୋଜନାକୁ କାର୍ଯ୍ୟରେ ଲଗାଯାଇପାରିବ । ପ୍ରଧାନମନ୍ତ୍ରୀ ବଡ ବଡ ଯୋଜନାକୁ ୨୦୨୨ ଭିତରେ ସମ୍ପୁର୍ଣ୍ଣ କରିବାକୁ ଲକ୍ଷ ରଖିଛନ୍ତି । ଏହି ଯୋଜନାରେ ପକ୍କା ଘର ଦେବା ଯୋଜନା ମଧ୍ୟ ରହିଛି । ସବୁ ଗାଁକୁ ବିଜୁଳୀ ପହଁଚାଇବା କାମ ସରକାର କରିଥିବା ବେଳେ ଏବେ କେବଳ ପ୍ରତିଘରକୁ ବିଜୁଳୀ ପହଁଚାଇବା କାମକୁ ସରକାର ସମ୍ପୁର୍ଣ୍ଣ କରିବେ ।

କୁହାଯାଉଛି କି ଉଚିତ୍ କାମ ନ କଲେ ମନ୍ତ୍ରୀ ମାନଙ୍କ ଆସନ ମଧ୍ୟ ଯାଇପାରେ । ଆଜି ମୋଦି ନିଜ ଦ୍ୱିତୀୟ କାର୍ଯ୍ୟାଳୟ ମନ୍ତ୍ରୀପରିଷଦରେ ପ୍ରଥମ ବୈଠକକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏହି ବୈଠକରେ ସେ ସବୁ ମନ୍ତ୍ରୀଙ୍କୁ ପ୍ରାଥମିକତା ଉପରେ କହିବେ ।