ସିନେମା ହଲର ଦର୍ଶକଙ୍କ ପାଇଁ ମୋଦିଙ୍କ କଡା ନିଷ୍ପତ୍ତି : ଏଭଳି ଭାବେ ଦର୍ଶକଙ୍କ ଉପରେ ଲାଗିପାରେ ୧୦ ଲକ୍ଷ ଟଙ୍କାର ଜରିମାନା 

1,189

ଫିଲ୍ମର ପାଇରେସିକୁ ରୋକିବା ପାଇଁ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରିଲିଜ୍ ହେଉ ହେଉ ଫିଲ୍ମ ଲିକ୍ ହୋଇଯିବାର ସମସ୍ୟାକୁ ରୋକିବା ପାଇଁ ମୋଦି ସରକାର ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ରେ ପରିବର୍ତ୍ତନ ଆଣିବା ପାଇଁ ମଞ୍ଜୁରି ଦେଇଥିଲେ । ମଞ୍ଜୁରି ମିଳିବା ପରେ ଏବେ ଯେଉଁମାନେ ସିନେମା ଘରେ ବସି ନିଜ ଫୋନରେ ଫିଲ୍ମକୁ ରେକର୍ଡ କରୁଥିବାର ନଜର ଆସନ୍ତି, ସେମାନଙ୍କୁ ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ । ଏହା ସହ ଅଭିଯୁକ୍ତଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ମଧ୍ୟ ହୋଇପାରେ ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର କ୍ୟାବିନେଟର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ହେଲାଣି ଅନେକ ପାଇରେଟେଡ଼୍ ୱେବସାଇଟଗୁଡ଼ିକ ନୂଆ ନୂଆ ଫିଲ୍ମ ବେଆଇନ୍ ଭାବରେ ନିଜ ୱେବସାଇଟରେ ଛାଡ଼ି ଆସୁଥିଲେ । ଯାହାର ପ୍ରଭାବ ଫିଲ୍ମର ବକ୍ସ ଅଫିସ କଲେକ୍ସନ୍ ଉପରେ ପଡ଼ୁଥିଲା । ଏ ସବୁକୁ ରୋକିବା ପାଇଁ ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ରେ ପରିବର୍ତ୍ତନ ଅଣାଯାଇଛି । ଏବେ ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ ୬ଏଏରେ ନୂଆ ଧାରା ଯୋଡ଼ାଯିବ । ଯାହା ପରେ କୌଣସି ଫିଲ୍ମକୁ ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକଙ୍କ ଅନୁମତି ବିନା ରେକର୍ଡ କରିବା ଅପରାଧ ହେବ । ସରକାରଙ୍କ ଏଭଳି ପଦକ୍ଷେପ ପରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଏହାକୁ ପ୍ରଶଂସା କରିବାକୁ ଲାଗିଛି ।