ବଜେଟ୍ ୨୦୧୮ : ଆସିଲା ‘ମୋଦି କେୟାର’, ୧୦ କୋଟି ପରିବାରକୁ ମିଳିବ ବାର୍ଷିକ ୫ଲକ୍ଷର ସ୍ୱାସ୍ଥ୍ୟବୀମା

50

ନୂଆ ଦିଲ୍ଲୀ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ନାମରେ ଘୋଷିତ ଓବାମା କେୟାର ଜବାବରେ ବିଶ୍ୱର ସବୁଠୁ ବଡ ସ୍ୱାସ୍ଥ୍ୟବୀମା ସ୍କିମ୍ ‘ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା’ ର ଘୋଷଣା କରିଛନ୍ତି । ଯାହାକୁ ମୋଦି କେୟାରରର ନାଁ ଦିଆଯାଇପାରେ । ନ୍ୟାସନାଲ୍ ହେଲଥ ପ୍ରୋଟେକ୍ସନ ସ୍କିମ୍ (ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ) ଅନୁସାରେ ଏବେ ୧୦ କୋଟି ଗରିବ ପରିବାର ପାଇଁ ବାର୍ଷକ ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ( ହେଲଥ ଇନ୍ସୁରାନ୍ସ)ର ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ବିଶ୍ୱର ସବୁଠୁ ବଡ ହେଲଥ କେୟାର ପ୍ରୋଗ୍ରାମ ବୋଲି କହିଛନ୍ତି । ଏଥିରେ ଅତି କମରେ ୫୦ କୋଟି ଲୋକଙ୍କୁ ଲାଭ ମିଳିବ । ଏହି ଯୋଜନା ଅନ୍ତର୍ଗତ ଏବେ ଗରିବ ପରିବାରକୁ ପ୍ରତି ବର୍ଷ ୫ଲକ୍ଷ ଟଙ୍କା ଯାଏ ଚିକିତ୍ସା ପାଇଁ ନିଜର ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ ।ଜେଟଲୀ କହିଛନ୍ତି , ‘ଗରିବ ଏବଂ ଦୁଃଖୀ ପରିବାରକୁ ପ୍ରତି ବର୍ଷ ୫ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଏହା ବିଶ୍ୱର ସବୁଠୁ ବଡ କାର୍ଯ୍ୟକ୍ରମ ହେବ । ଡାକ୍ତରଖାନାରେ ଭର୍ତ୍ତି ପାଇଁ ଏହା ସୁନିଶ୍ଚିତ କରିବେ ଏହି କାର୍ଯ୍ୟକ୍ରମକୁ ଭଲ ଭାବେ ପୁରା କରାଯିବ । ’ ସୂଚନା ଯେ ଏବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅନୁସାରେ ଗରିବ ପରିବାରଙ୍କୁ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା କରାଯାଉଛି ।

ଜେଟଲୀ ଗାଁ ଓ ଗରିବଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି ।-
୧ – ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନୁସାରେ ଏବେ ଗରିବ ପରିବାରକୁ ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ମୁକ୍ତ ଭାବେ ହେବ ।
୨ – ସରକାର ୨୪ଟି ନୂଆ ମେଡିକାଲ୍ କଲେଜ୍ ଏବଂ ଡାକ୍ତରଖାନାର ସ୍ଥାପନା କରିବେ ଏବଂ ଜିଲ୍ଲା ସ୍ତରୀୟ ହସ୍ପିଟାଲ୍ କୁ ମଧ୍ୟ ଅପଗ୍ରେଡ୍ କରାଯିବ ।
୩ – ଉଜ୍ଜ୍ୱଲା ଯୋଜନା ଅନୁସାରେ ୫କୋଟି ଗରିବ ମହିଳାଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଇଛି । ଏବେ ଏହାର ଲକ୍ଷ୍ୟ ବଢାଯାଇ ୮କୋଟି ଯାଏ କରାଯାଇଛି ।
୪ – ସ୍ୱଚ୍ଛ ଭାରତ ମିଶନ ଅନୁସାରେ ୬କୋଟି ଶୌଚାଳୟ ତିଆରି କରାଯାଇସାରିଛି । ଆସନ୍ତା ଆର୍ଥିକ ବର୍ଷରେ ୨କୋଟି ଆହୁରି ଶୌଚାଳୟ କରିବାର ଲକ୍ଷ୍ୟ ରହିଛି ।