କେଓ୍ଵଲ ହଣ୍ଡା ହେଲେ ୟୁନିୟନ ବ୍ୟାଙ୍କର ନୂଆ ଅଧ୍ୟକ୍ଷ

45

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ତଥା ପାର୍ଟ ଟାଇମ୍ ନନ୍ ଅଫିସିଆଲ ଡାଇରେକ୍ଟର ଭାବେ କେଓ୍ଵଲ ହଣ୍ଡା ନିଯୁକ୍ତ ହୋଇଛନ୍ତି । ୧୯୫୨ ଅଗଷ୍ଟ ୨୨ରେ ଜନ୍ମିତ ଶ୍ରୀ ହଣ୍ଡା ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି । ଏଥିସହିତ ସେ ଜଣେ କମ୍ପାନି ସେକ୍ରେଟାରି ଏବଂ ମ୍ୟାନେଜମେଂଟ୍ ଆକାଉଂଟାଂଟ୍ ମଧ୍ୟ ।

ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ସେ ଫାଇଜର ଲିଡରସିପ୍ ଡେଭଲପମେଂଟ୍ ପ୍ରୋଗ୍ରାମ କରିଥିବାବେଳେ ଆଇଆଇଏମ୍ ଅହମ୍ମଦାବାଦରୁ ସିନିଅର ମ୍ୟାନେଜମେଂଟ୍ ଡେଭଲପମେଂଟ୍ ପ୍ରୋଗ୍ରାମ, ନ୍ୟୁୟର୍କର କଲମ୍ବିଆ ବିଜନେସ୍ ସ୍କୁଲରୁ ମାର୍କେଟିଂ ଷ୍ଟ୍ରାଟେଜିରେ ସାର୍ଟିଫିକେଟ କୋର୍ସ ମଧ୍ୟ କରିଛନ୍ତି ।