ଆଜି ଖୋର୍ଦ୍ଧାରେ ପହଂଚିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ : ବହୁ ନେତା ଓ କର୍ମୀ କରିଥିଲେ ସ୍ୱାଗତ

40

କନକ ବ୍ୟୁରୋ : ଆଜି ଖୋର୍ଦ୍ଧାରେ ପହଂଚିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ । ଜଟଣୀ ନìଆଗାଁ ୟୁ.ପି ସ୍କୁଲ ନିକଟ, ଜଟଣୀ ମଣ୍ଡଳ ଭାଜପା ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ ନେତା ଓ କର୍ମୀ ମାନେ । ଠିକ ଦିନ ୧ଟା ସମୟରେ ମନ୍ତ୍ରୀ ଆସି ପହଚିଂଲା ପରେ ଆରମ୍ଭ ହୋଇଯାଇଥିଲା ସ୍ୱାଗତ ସମ୍ବର୍ଦ୍ଧନାର ପର୍ବ ।

ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ପଦଯାତ୍ରାରେ ନିଆଯାଇଥିଲା । ମୁଖ୍ୟ ରାସ୍ତା ଠାରୁ ଭୋଇସାହି ଯାଏଁ ଚାଲିଚାଲି ଯିବା ପରେ ଗାଁ ମଝିରେ ଏକ ପିଣ୍ଡା ଉପରେ ଠିଆ ହୋଇ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ସଂର୍ପକରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ । କହିଥିଲେ, ସମସ୍ତଙ୍କ ମନରେ ଏବଂ ମୁହଁରେ ମୋଦି ମୋଦି । ଏଥିରୁ ସ୍ପଷ୍ଟ ଅନୁମେୟ କୃଷକ ହୁଅନ୍ତୁ ବା ଗରିବ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଜିଙ୍କ ପ୍ରତି ଆସ୍ତା ପ୍ରକଟ କରୁଛନ୍ତି । ପରେ ସେଠାରେ ଏକ ଦଳିତ ପରିବାରରେ ମଧ୍ୟାହ୍ନ ଭୋଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ।