ଖାଦ୍ୟ ଭିତରେ ଭରି ରହିଛି ରୋଗ ! ଜାଣନ୍ତୁ କେଉଁ ଖାଦ୍ୟ ସ୍ଲୋ ପଏଜନ ଭଳି କାମ କରେ

99

ଦିନକୁ ଦିନ ନୂଆ ନୂଆ ରୋଗ ଦେଖିବାକୁ ମିଳୁଛି । ଏପରିକି ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ବିଷ ଭରି ରହିଛି । ଯାହା ଶରୀରରେ ଧୀରେ ଧୀରେ ବ୍ୟାପିଥାଏ । ଏହା ଜଣା ପଡୁନଥିଲେ ମଧ୍ୟ ଧୀରେ ଧୀରେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ବିଶ୍ୱ କର୍କଟ ଗବେଷଣା କେନ୍ଦ୍ର ଅନୁଯାୟୀ, ଅଧିକ ମାତ୍ରାରେ ଲୁଣ ବ୍ୟବହାର ହେଉଥିବା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ବଢିଯାଇଥାଏ । ଏଭଳି ଖାଦ୍ୟ ଶରୀର ପାଇଁ କ୍ଷତିକାରକ । ଏହା ସ୍ଲୋ ପଏଜନ ଭଳି କାମ କରିଥାଏ । ଧୀରେ ଧୀରେ ଏହା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ଏଭଳି କିଛି ଖାଦ୍ୟ ବିଷୟରେ ଆସନ୍ତୁ ଜାଣିବା ଯାହା ଶରୀରରେ ସ୍ଲୋ ପଏଜନ ଭଳି କାମ କରିଥାଏ ।

ଗଜା ଆଳୁ : ଅନେକ ସମୟରେ ଆମେ ଗଜା ଆଳୁରେ ହୋଇଥିବା ତରକାରୀ କିମ୍ବା ଅନ୍ୟ ଖାଦ୍ୟ ପଦାର୍ଥ ଖାଇଥାଉ । ତେବେ ଏହାର ପରିଣାମ ବିଷୟରେ ଆମେ ଆଦୌ ଚିନ୍ତା କରିନଥାଉ । ଏଭଳି ଆଳୁରେ ଗ୍ଲାଇକୋଅଲେକଲାଇଡସ ପ୍ରଚୁର ପରିମାଣରେ ରହିଥାଏ । ଏହି ଆଳୁରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ଡାଇରିଆ ଭଳି ସମସ୍ୟା ଦେଖା ଯାଇଥାଏ । ଏପରିକି ଏହି ଆଳୁ ଅତ୍ୟଧିକ ଖାଇଲେ ମୁଣ୍ଡବିନ୍ଧା ଓ ହଠାତ୍ ବେହୋସ ହୋଇଯିବା ଭଳି ସମସ୍ୟା ଦେଖା ଯାଇଥାଏ ।

secrets-of-sugarଚିନି : ପ୍ରାୟ ପ୍ରତି ଖାଦ୍ୟରେ ଚିନିର ଆବଶ୍ୟକତା ରହିଥାଏ । ଦୈନନ୍ଦିନ ଜୀବନରେ ଆମେ ଚିନିର ବ୍ୟବହାର କରିଥାଉ । କିନ୍ତୁ ଅଧିକ ଚିନି ଖାଇବା ଦ୍ୱାରା ଲିଭରରେ ଗ୍ଲାଇକୋଜେନର ମାତ୍ରା କମ ହୋଇଯାଇଥାଏ । ଏହାଦ୍ୱାରା ମୋଟାପଣ ବଢିଯିବା ସହ ଡାଇବେଟିସ ବଢିଯାଇଥାଏ । ଅଳ୍ପ ସମୟ ମଧ୍ୟରେ ଥକ୍କା ଲାଗିଥାଏ । ଚିନି ଅଧିକ ଖାଇବା ଦ୍ୱାରା ବୁଢାପଣ ଖୁବଶୀଘ୍ର ଗ୍ରାସ କରିଥାଏ ।

ଲୁଣ : ପ୍ରତି ଖାଦ୍ୟ ପ୍ରସ୍ତୁତି ପାଇଁ ଲୁଣ ନିତାନ୍ତ ଆବଶ୍ୟକ । ବିନା ଲୁଣରେ ଖାଦ୍ୟର ସ୍ୱାଦ ରହିନଥାଏ । ତେବେ ଲୁଣରେ ଅଧିକ ମାତ୍ରାରେ ସୋଡିୟମ ରହିଥାଏ । ଲୁଣ ଅଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖା ଯାଇଥାଏ । ଏପରିକ ଅଧିକାଂଶ ସମୟରେ ହାର୍ଟଆଟାକ ଓ କ୍ୟାନସର ଭଳି ରୋଗ ଦେଖାଯାଇଥାଏ ।

cold drinkକୋଲ୍ଡ ଡ୍ରିଙ୍କ : ସାଧାରଣତଃ ଘରକୁ ଅତିଥି ଆସିଲେ ମୃଦୁପାନୀୟ ଦିଆଯାଇଥାଏ । ଏହା ପ୍ରାୟ ଅଧିକାଂଶ ଲୋକଙ୍କର ପ୍ରିୟ । ତେବେ ଜାଣିବା ଉଚିତ ଯେ, ଏହି ମୃଦୁପାନୀୟରେ ପ୍ରବଳ ମାତ୍ରାରେ ମିଠା ଅଂଶ ଓ ଫସଫରିକ ଏସିଡ ରହିଥାଏ । ଅତ୍ୟଧିକ କୋଲ୍ଡଡ୍ରିଙ୍କ ପିଇବା ଦ୍ୱାରା ହୃଦଘାତ ଭଳି ସାଂଘାତିକ ସମସ୍ୟା ଦେଖାଯାଇଥାଏ । ଅଧିକ ମୃଦୁପାନୀୟ ପିଇବା ଦ୍ୱାରା ସ୍ମରଣ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଜାଇଫଳ : ଜାଇଫଳରେ ପ୍ରବଳ ମାତ୍ରାରେ ମ୍ୟାରିଷ୍ଟିସିନ ରହିଥାଏ । ଏହାକୁ ଖାଇବା ଦ୍ୱାରା ହୃଦସ୍ପନ୍ଦନ ଅଧିକ ମାତ୍ରାରେ ବଢିଥାଏ । ଏହାକୁ ଅଳ୍ପ ଖାଇବା ଠିକ୍ କିନ୍ତୁ ଆବଶ୍ୟକତାରୁ ଅଧିକ ଖାଇଲେ ଏହା ସ୍ଲୋ ପଏଜନ ଭଳି କାମ କରିଥାଏ । ଏହାଦ୍ୱାରା ସ୍ମରଣ ଶକ୍ତି କମ ହୋଇଯାଇଥାଏ ।

ମଇଦା : ବିଭିନ୍ନ ଚଟାପଟା ଖାଦ୍ୟରେ ବହୁଳ ମାତ୍ରାରେ ମଇଦାର ବ୍ୟବହାର ହୋଇଥାଏ । ମଇଦା ପ୍ରସ୍ତୁତି ବେଳେ ଏଥିରୁ ଫାଇବର ବାହାରିଥାଏ, ଏହା ବହୁତ କମ ଲୋକ ଜାଣିଥାନ୍ତି । ମଇଦା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅଧିକ ଖାଇବା ଦ୍ୱାରା ପେଟ ଖରାପ ହେବାର ଅଧିକ ସମ୍ଭାବନା ରହିଥାଏ । ଏଥିରେ ଥିବା ବ୍ଲିଚିଙ୍ଗ କାରକ ଶରୀରର ରକ୍ତକୁ ପତଳା କରି ଦେଇଥାଏ । ଏହାଦ୍ୱାରା ହୃଦଘାତ ଭଳି ରୋଗ ଦେଖା ଯାଇଥାଏ ।