ଖୋଲୁଛି ସମ୍ ହସ୍ପିଟାଲର ଗୁମର : ବିଡିଏର ଅନୁମୋଦନ ବିନା ନିର୍ମାଣ ହୋଇଛି ବେଆଇନ କୋଠା

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧୀରେ ଧୀରେ ପଦାକୁ ଆସୁଛି ସମ୍ ହସ୍ପିଟାଲର ଗୁମର । ସମ୍ମୁଖକୁ ଆସୁଛି ନୂଆ ନୂଆ ତଥ୍ୟ । ସମ୍ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ନଥିଲା ଅକୁପାନସି ସାର୍ଟିଫିକେଟ୍ । ବହୁତଳ କୋଠା ନିର୍ମାଣ ପାଇଁ ମିଳିନଥିଲା ବିଡିଏର ଅନୁମୋଦନ । ଏହା ସ୍ପଷ୍ଟ କରିଛନ୍ତି ବିଡିଏର ପ୍ଲାନିଂ କମିଟି ମେମ୍ବର ସୁଧୀର ମହାନ୍ତି । ସମ୍ପୂର୍ଣ୍ଣ ବେଆଇନ ଭାବେ ସମ୍ ହସ୍ପିଟାଲ କର୍ତୃପକ୍ଷ ନିର୍ମାଣ କରିଛନ୍ତି ବହୁତଳ କୋଠା । ଏନେଇ ପୂର୍ବରୁ ସମ୍ ହସ୍ପିଟାଲ କର୍ତୁପକ୍ଷଙ୍କୁ ନୋଟିସ ଜାରି କରାଯାଇଥିଲା । ଏବେ ପୁଣି ଥରେ ସମ୍ କର୍ତୃପକ୍ଷଙ୍କୁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ସୁଧୀର ।