ବେକାରୀଙ୍କ ପାଇଁ ଖୁସି ଖବର : ମାର୍ଚ୍ଚ୧ରୁ ଏହି ରାଜ୍ୟର ଯୁବପିଢ଼ିଙ୍କୁ ମିଳିବ ବେକାରୀ ଭତ୍ତା

320

ରାଜସ୍ଥାନର ବେକାରୀ ଯୁବକ ଓ ଯୁବତୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟର ଶିକ୍ଷିତ ବେକାରୀ ଯୁବପିଢ଼ିଙ୍କୁ ୩ହଜାର ଟଙ୍କା ଓ ଯୁବତୀ, ଦିବ୍ୟାଙ୍ଗଙ୍କ ପାଇଁ ୩୫୦୦ ଟଙ୍କା ପ୍ରତି ମାସ ର ବେକାରୀ ଭତ୍ତା ଦେବାକୁ ଯାଉଛି । ଏହି ବେକାରୀ ଭତ୍ତା ଫେବୃୟାରୀ ୧ରୁ ଲାଗୁ ହୋଇଯାଇଛି, କିନ୍ତୁ ଏହି ଭତ୍ତା ମାର୍ଚ୍ଚ ୧ରୁ ମିଳିବ ।

ରିପୋର୍ଟ ଅନୁସାରେ, ରାଜ୍ୟର ସବୁଠାରୁ ଅଧିକ ୬୩,୦୪୩ ବେକାରୀ ଜୟପୁରରେ ପଂଜିକୃତ ଅଛି । ଏହି ରାଜ୍ୟ ମୋଟ୍ ବେକାରୀଙ୍କ ୧୦.୨୨% ଅଛି । ବେକାରୀ ଭତ୍ତାର ଘୋଷଣା ସହିତ ହିଁ ପଂଜିକରଣ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିଲା ।

ଜାଣନ୍ତୁ ୩ଟି ମୁଖ୍ୟ ଯୋଗ୍ୟତା :
• ବରୋଜଗାରୀ ଭତ୍ତାର ଲାଭ ଉଠାଇବା ପାଇଁ ରାଜସ୍ଥାନର ନିବାସୀ ହେବା ଜରୁରୀ ।
• ରାଜ୍ୟ ସରକାରଙ୍କ ଠାରୁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବେ ।
• ବେକାରୀ ଯୁବକର ପରିବାରର ଆୟ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିମ୍ବା ତା’ଠାରୁ କମ୍ ଥିବ ।

ରାଜ୍ୟ ସରକାରଙ୍କ ଏହି ନିର୍ଣ୍ଣୟ ଦ୍ୱାରା ରାଜ୍ୟର ପାଖାପାଖି ୧ଲକ୍ଷ ଶିକ୍ଷିତ ବେକାରୀ ଯୁବକ ଲାଭାନ୍ୱିତ ହେବେ । ଯେବେକି ବର୍ତ୍ତମାନ ଏହି ଯୋଜନାରେ ୭୦ହଜାର ଯୁବକଙ୍କୁ ଲାଭ ମିଳୁଛି । ଏହି ମହତ୍ୱାକାଂକ୍ଷୀ ଯୋଜନା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୫୨୪ଟଙ୍କା ବ୍ୟୟ କରିବେ ।