ଦେଶରେ ବୃଦ୍ଧି ପାଇବାରେ ଲାଗିଛି ବେକାରି ସଂଖ୍ୟା ! ୨୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ବେକାରି ହାର

139

ଭାରତରେ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ମନଲାଖି ଚାକିରି ଖଣ୍ଡେ ମିଳୁନି । ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି । ଅନ୍ୟପଟେ ଆମ ଦେଶର ଅବସ୍ଥାରେ ସୁଧାର ଆସୁନି ।


ଦେଶରେ ବେକାରି ହାର ଉଦବେଗଜନକ ଭାବେ ବଢ଼ିଚାଲିଛି । ଗତ ଡିସେମ୍ବରରେ ଦେଶରେ ବେକାରି ହାର ୭.୩୮% ରହିବା ସହିତ ୨୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଛି । ୨୦୧୮ରେ ଦେଶରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ହ୍ରାସ ପାଇଛି । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମଆଇଇ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏ ବିଷୟ ପଦାକୁ ଆସିଛି ।

ଦେଶର ଦୁଇ ତୃତୀୟାଂଶ ଲୋକ ବାସ କରୁଥିବା ଗ୍ରାମାଞ୍ଚଳରେ ନିଯୁକ୍ତି ହାସ ୮୩ ପ୍ରତିଶତ ଘଟିଛି। ଗତବର୍ଷ ନିଯୁକ୍ତି ହରାଇଥିବା ମୋଟ ମହିଳା କର୍ମଚାରୀଙ୍କ ମଧ୍ୟରୁ ୬୫ ଲକ୍ଷ ମହିଳା ଗ୍ରାମାଞ୍ଚଳରେ ଏବଂ ୨୩ ଲକ୍ଷ ମହିଳା ସହରାଞ୍ଚଳ। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ପୁରୁଷ ନିଯୁକ୍ତି ସଂଖ୍ୟା ୫ ଲକ୍ଷ ବୃଦ୍ଧି ଘଟିଛି ।